ବାହାଘରେ ପରେ ଆଣ୍ଡାମାନ ବୁଲିଯିବା ହେଲା କାଳ, କରୋନାରେ ଚାଲିଗଲା ସ୍ୱୀମୀଙ୍କ ଜୀବନ, ଖବର ପାଇ ଆତ୍ମହତ୍ୟା କଲା ସ୍ତ୍ରୀ

Published By : Prameya-News7 Bureau | May 02, 2021 IST

ନୟାଗଡ଼, ୦୨। ୦୫: ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡିମଡା ଗ୍ରାମରେ କରୋନା ଆକ୍ରାନ୍ତ ଦୁଇ ଦମ୍ପତିଙ୍କ ଆତ୍ମାହତ୍ୟା ଘଟଣା ଘଟିବାର ଏକ ସପ୍ତାହ ନପୁରୁଣୁ ଆଜି ଇଟାମାଟି ଗ୍ରାମରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି । କରୋନାରେ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ଏ ଖବର ପାଇ ସ୍ତ୍ରୀ ମଧ୍ୟ ଆତ୍ମହତ୍ୟା କରି ଜୀବନ ହାରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଇଟାମାଟି ସାନ ଟାଙ୍ଗିପାଟଣା ସାହିର ଦାମୋଦର ପାତ୍ରଙ୍କ ସାନ ପୁଅ ଦିଲ୍ଲୀପ ପାତ୍ର ବା ହାପି(୨୮) ଆଠମଲ୍ଲିକ ବ୍ୟାଙ୍କରେ ଚାକିରି କରିଥିଲେ । ଗତ ଡିସେମ୍ବର ମାସରେ ନିଜ ଗ୍ରାମର ବିନି ପାତ୍ର (୨୨)ଙ୍କ ସହ ତାଙ୍କର ବିବାହ ହୋଇଥିଲା । ତେବେ, ୧୫ ଦିନ ତଳେ ଉଭୟ ସ୍ବାମୀ ସ୍ତ୍ରୀ ଆଣ୍ଡାମାନ ବୁଲିବାକୁ ଯାଇ ୮ ଦିନ ତଳେ ଘରକୁ ଫେରିଥିଲେ ।

ସେଠାରୁ ଆସିବା ପରେ ହାପିକୁ ଜ୍ବର ହୋଇଥିଲା । ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପରୀକ୍ଷା କରି ସେ କରୋନାରେ ଆକ୍ରାନ୍ତ ଥିବାର ଜଣାପଡିଥିଲା । କରୋନା ଚିକିତ୍ସା ଚାଲିଥିବାବେଳେ ୪ଦିନ ହେବ ସେ ଗୁରୁତର ରହିଥିଲେ । ଆଜି ଦିନ ୧୨ଟାରେ ତାଙ୍କର ମୁତ୍ୟୁ ଘଟିଥିବା ଖବର ଆସିଥିଲା । ସ୍ୱାମୀଙ୍କ ମୁତ୍ୟୁ ଖବର ଶୁଣି ସ୍ତ୍ରୀ ବିନି ଆତ୍ମହତ୍ଯା କରିଥିଲେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.