ସ୍ବାମୀର ମୃତ୍ୟୁରେ ଭାଙ୍ଗି ପଡିଥିବା ସ୍ତ୍ରୀର ଆତ୍ମହତ୍ୟା

Published By : Prameya-News7 Bureau | February 10, 2019 IST

ଟାଙ୍ଗୀ ୧୦|୨:  ସ୍ବାମୀର ମୃତ୍ୟୁରେ ଭାଙ୍ଗି ପଡିଥିବା ସ୍ତ୍ରୀ କରିଛି ଆତ୍ମହତ୍ୟା । ସ୍ବାମୀର ଚିତା ଜଳାଇବା ବେଳେ ବିଷ ପିଇ ଆତ୍ମହତ୍ୟା କଲା ସ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ମହାଦେବ ଭୋଳ ନାମକ ଜଣେ ବ୍ୟକ୍ତି ପିଲାଛୁଆଙ୍କୁ ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ । ୪ଦିନ ତଳେ ସାପ କାମୁଡାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ତାଙ୍କ ମୃତଦେହ ଗାଁରେ ପହଞ୍ଚିଥିଲା । ଆତ୍ମୀୟ ସ୍ବଜନ ଗାଁ ମଶାଣୀରେ ଶବ ଦାହ କରିଥିଲେ । ଶବ ଦାହ ଚାଲିଥିବା ସମୟରେ ମାନସିକ ଭାରସାମ୍ୟ ହରାଇ ବସିଥିବା ମହାଦେବଙ୍କ ସ୍ତ୍ରୀ ରେବତୀ ବିଷ ପିଇ ଦେଇଥିଲେ । ତାଙ୍କୁ ଟାଙ୍ଗୀ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଆଖପାଖରେ ଶୋକର ଛାୟା ଖେଳାଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.