ହକ୍ ପାଇଁ ସ୍ବାମୀ ଘର ସାମ୍ନାରେ ୫ବର୍ଷର ଶିଶୁ କନ୍ୟାକୁ ଧରି ଧାରଣା

Published By : Prameya-News7 Bureau | February 18, 2020 IST

ସୋର ୧୮।୨: ଝିଅ ଜନ୍ମ ହେଲା କାଳ । ସ୍ତ୍ରୀର ପ୍ରଥମ ଗର୍ଭରୁ ଝିଅ ଜନ୍ମ ହେବା ଯୋଗୁଁ ସ୍ତ୍ରୀକୁ ଘରୁ ବାହାର କରିଦେଲା ସ୍ବାମୀ । ୫ବର୍ଷର ଶିଶୁ କନ୍ୟାକୁ ଧରି ରାତିସାରା ଶୀତ କାକରରେ ସ୍ବାମୀ ଘର ସମ୍ମୁଖରେ ଧାରଣା ଦେଇଛି ସ୍ତ୍ରୀ । ସୋର ଥାନା ଅଇଁରୀ ଗାଁର ଘଟିଛି ଏଭଳି ଘଟଣା। ଉଭୟ ପକ୍ଷରୁ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଅନନ୍ତପୁର ଫାଣ୍ଡି ଅଇଁରୀ ଗାଁର ନୟନ ରାଉତ ଗତ ୨୦୧୫ ମସିହାରେ ପାଖର ଗାଁର ସୁରତୀ ରାଉତକୁ ବିବାହ କରିଥିଲେ । ବିବାହର ୭ମାସ ପରେ ନୟନ ସ୍ତ୍ରୀ ସୁରତୀକୁ ବାପଘର ଗାଁରେ ଛାଡି ଦେଇଥିଲେ । ସୁରତୀର ପ୍ରଥମ ଗର୍ଭରୁ ଝିଅ ଜନ୍ମ ହୋଇଥିବା ଓ ଅଧିକ ଯୌତୁକ ଦାବି କରି ନୟନ ସ୍ତ୍ରୀ ଓ ଶିଶୁ କନ୍ୟାକୁ ଗ୍ରହଣ କରିନଥିଲା । ୫ବର୍ଷ ପରେ ସ୍ତ୍ରୀ ସୁରତୀ ନିଜର ଓ ଶିଶୁ କନ୍ୟାର ହକ୍ ଦାବି କରି ଗତକାଲି ଅପରାହ୍ନଠାରୁ ଶିଶୁକୁ ଧରି ରାତିସାରା ଶୀତ କାକରରେ ସ୍ବାମୀ ଘର ସମ୍ମୁଖରେ ଧାରଣା ଦେଇଛି । ଅନ୍ୟପଟେ ସୁରତୀଙ୍କ ଶାଶୁ ଛବି ରାଉତ କହିଛନ୍ତି ଯେ, ପୂର୍ବରୁ ବହୁଥର ସମାଧାନ କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.