ଫେସବୁକରୁ ପ୍ରେମ ଓ ବାହାଘର କିନ୍ତୁ ପରେ ଜଣାପଡିଲା ସ୍ତ୍ରୀ ମଦ ପାଇଁ ପାଗଳ: ସ୍ୱାମୀ ଉପରେ ରାତି ଅଧରେ ଢାଳିଦେଲା ସ୍ପିରିଟ୍

Published By : Prameya-News7 Bureau | May 16, 2020 IST

ଫିଲ୍ଲୌର ୧୬/୫: ରାତିରେ ସ୍ବାମୀ ଶୋଇଥିବାବେଳେ ସ୍ତ୍ରୀ ଜ୍ବଳନଶୀଳ ପଦାର୍ଥ ପକାଇ ତାଙ୍କୁ ପୋଡ଼ି ଦେଇଛି। ସ୍ବାମୀ ଏବେ ଲୁଧିଆନାର ସିଏମସି ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ପୀଡ଼ିତ ୭୦ପ୍ରତିଶତ ଜଳି ଯାଇଥିବାବେଳେ ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ପୀଡ଼ିତ ଯୁବକ ଗୁରପ୍ରୀତ(୨୮)ଙ୍କ ବାପାଙ୍କ କହିବା ଅନୁସାରେ ସେ ରେଲଓ୍ବେର ଇଞ୍ଜିନିୟରିଂ ବିଭାଗରୁ ରିଟାୟର ହୋଇଛନ୍ତି। ତାଙ୍କର ଦୁଇ ପୁଅ । ବଡ଼ ପୁଅ ଗୁରପ୍ରୀତ ରେଲଓ୍ବେରେ ଚାକିରୀ କରନ୍ତି। ତାଙ୍କର ବର୍ଷେ ତଳେ ଫେସବୁକ୍ ମାଧ୍ୟମରେ ଖନ୍ନା ସହରର ଯୁବତୀଙ୍କ ସହ ପରିଚୟ ହୋଇଥିଲା ଏବଂ ୭ମାସ ତଳେ ସେହି ଝିଅ ସହ ଗୁରୁପ୍ରୀତଙ୍କ ବିବାହ ବେସ୍ ଧୁମଧାମରେ ହୋଇଥିଲା ।

ବିବାହ ପ​‌ରେ ଗୁରପ୍ରୀତଙ୍କ ପତ୍ନୀ ତାଙ୍କୁ ସବୁ ସପ୍ତାହରେ ବାପଘରକୁ ନେଇଯିବାକୁ ବାଧ୍ୟ କରୁଥିଲେ। ଗୁରପ୍ରୀତ ମନା କରିବାରୁ ସେ ତାଙ୍କ ସହ ଝଗଡ଼ା କରୁଥିଲେ। ବିବାହର ୩ମାସ ପରେ ଗୁରପ୍ରୀତ ଜାଣିଲେ ଯେ ତାଙ୍କ ପତ୍ନୀ ମଦ ବି ପିଅନ୍ତି। ନିଜ ବଦନାମି ଡରରେ ସେ ଏହା ସହି ଯାଇଥିଲେ। କିଛି ଦିନ ପରେ ଗୁରପ୍ରୀତଙ୍କ ମାଆଙ୍କ ସୁନା ଗହଣା ଚୋରି ହୋଇ ଯାଇଥିଲା । ଏ ସମ୍ବନ୍ଧରେ ଗୁରପ୍ରୀତ ନିଜ ପତ୍ନୀଙ୍କୁ ପଚାରିବାରୁ ସେ ଓଲଟା ଝଗଡ଼ା କରିଥିଲା ଏବଂ ଫୋନ୍ କରି ତାଙ୍କ ବାପ ଘର ଏବଂ ସମ୍ପର୍କୀୟଙ୍କୁ ଡକାଇଥିଲା ଯେଉଁମାନେ ତାଙ୍କ ଘରକୁ ଆସି ଗୁରପ୍ରୀତଙ୍କ ସହ ଝଗଡ଼ା କରିଥିଲେ। ଘରର ବଦନାମି ଡରରେ ସେମାନେ ପରସ୍ପର ପରିବାର ସହ ବସି ମାମଲାକୁ ରଫାଦଫା କରି ଦେଇଥିଲେ। ଏବେ ଲକଡାଉନ୍ ଯୋଗୁଁ କେହି ବାହାରକୁ ବାହାରୁ ନଥିବାବେଳେ ଗୁରପ୍ରୀତଙ୍କ ପତ୍ନୀ ତାକୁ ତାଙ୍କ ଘରକୁ ନେଇଯିବାକୁ ବାଧ୍ୟ କରିଥିଲା କିନ୍ତୁ ସେ ରାଜି ନ ହେବାରୁ ସେ ଗତକାଲି ଗୁରପ୍ରୀତ ସହ ଝଗଡ଼ା କରିଥିଲା। ରାତି ୧୦ଟାରେ ଗୁରପ୍ରୀତ ଶୋଇ ପଡ଼ିଥିଲେ। ରାତି ୧୨ଟାରେ ଗୁରପ୍ରୀତଙ୍କ ଚିତ୍କାର ଶୁଣା ଯାଇଥିଲା।

ପୂରା ପରିବାର ରୁମରୁ ବାହାରକୁ ବାହାରୁଥିବାବେଳେ ଗୁରପ୍ରୀତ ନିଆଁରେ ହୁତୁହୁତୁ ହୋଇ ଜଳି ସିଡ଼ିରୁ ତଳକୁ ଆସୁଥିଲେ। ସେମାନେ ଯେକୌଣସି ମତେ ନିଆଁ ଲିଭାଇଥିଲେ। ତାଙ୍କୁ ନେଇ ସେମାନେ ପ୍ରଥମେ ସିଭିଲ୍ ହସ୍ପିଟାଲ୍ ଯାଇଥିଲେ ଯେଉଁଠାରେ ଡାକ୍ତର ତାଙ୍କ ଅବସ୍ଥା ଦେଖି ତାଙ୍କୁ ସିଏମସି ହସ୍ପିଟାଲକୁ ରେଫର କରି ଦେଇଥିଲେ।

ଗୁରପ୍ରୀତଙ୍କଠୁ ବୟାନ ନେବାକୁ ଆସିଥିବାବେଳେ ପୋଲିସକୁ ସେ କହିଥିଲେ ଯେ ଗଢ଼ା ରୋଡ ସ୍ଥିତ କଲୋନୀରେ କିଛି ଦିନ ତଳେ ନୂଆ ଘର କରିଥିଲେ। ଯେଉଁଠାରେ ରଙ୍ଗ ଦେବାପାଇଁ ସେ ସ୍ପିରିଟ୍ ଆଣିଥିଲେ। ତାହା ଅଳ୍ପ କିଛି ରହିଯାଇଥିଲା। ଝଗଡ଼ା ପରେ ସେ ଶୋଇଥିବାବେଳେ ତାଙ୍କ ପତ୍ନୀ ତାଙ୍କ ଉପରେ ସ୍ପିରିଟ୍ ପକାଇ ତାଙ୍କୁ ନିଆଁ ଲଗାଇ ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.