Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସ୍ତ୍ରୀ ଇଛା କରିଥିଲେ ଚିକେନ୍ ବିରିୟାନୀ କିନ୍ତୁ ସ୍ୱାମୀ ନେଇ ଆସିଲେ ଭେଜ୍ ବିରିୟାନୀ : ରାଗରେ ଆତ୍ମଦାହ କଲେ ସ୍ତ୍ରୀ

28/06/2020 at 12:17 PM

ଚେନ୍ନାଇ ୨୮/୦୬ : ତାମିଲନାଡୁ ମାମଲ୍ଲପୁରମରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି | ଆତ୍ମହତ୍ୟାର କାରଣ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ | ସ୍ୱାମୀ ତାଙ୍କ ପାଇଁ ଚିକେନ୍ ବିରିୟାନୀ ନ ଆଣିବାରୁ ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି | ପୋଲିସ ଅନୁଯାୟୀ, ୩୨ ବର୍ଷ ବୟସ୍କ ମନୋହରନ ଏବଂ ତାଙ୍କର ୨୮ ବର୍ଷୀୟା ସ୍ତ୍ରୀ ସୌମ୍ୟା ମୂର୍ତ୍ତି ତିଆରି କରନ୍ତି | ୧୨ ବର୍ଷ ପୂର୍ବରୁ ଉଭୟଙ୍କ ବାହାଘର ହୋଇଥିଲା | ତାଙ୍କର ୧୧ ବର୍ଷର ଗୋଟିଏ ଝିଅ ଓ ୧୦ ବର୍ଷର ଗୋଟିଏ ପୁଅ ଅଛି | ପରିବାର ସୁଖ ଶାନ୍ତିରେ ଚାଲିଥିଲା |

ଇଂରାଜୀ ଖବରକାଗଜ ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁଯାୟୀ, ସୌମ୍ୟା ଓ ମନୋହରନଙ୍କ ଘର ପାଖରେ ଏକ ନୂଆ ରେସ୍ତୋରାଁ ଖୋଲିଥିଲା | ରେସ୍ତୋରାଁରେ ଗୋଟିଏ ବିରିୟାନୀରେ ଆଉ ଗୋଟିଏ ବିରିୟାନୀ ଫ୍ରି ଅଫର୍ ଚାଲିଥିଲା | ଅଫର ଦେଖି ସୌମ୍ୟା ମନୋହରନଙ୍କୁ ବିରିୟାନୀ ଆଣିବାକୁ କହିଥିଲେ | କିନ୍ତୁ ମନୋହରନ ସେଠାରେ ପହଞ୍ଚିବା ବେଳକୁ ଚିକେନ୍ ବିରିୟାନୀ ସରି ଯାଇଥିଲା | ସେ କଣ କରିବେ ଭାବି ଭେଜ୍ ବିରିୟାନୀ ନେଇ ଆସିଥିଲେ | ଭେଜ୍ ବିରିୟାନୀ ଦେଖି ସୌମ୍ୟା ରାଗି ଯାଇଥିଲେ | ସେ ଭେଜ୍ ବିରିୟାନୀ ଖାଇବାକୁ ମନା କରିଦେଲେ | ସ୍ତ୍ରୀ ଖାଇବାକୁ ମନା କରିବାରୁ ମନୋହରନ ବିରିୟାନୀ ପଡୋଶୀଙ୍କୁ ଦେଇଦେଲେ |

ପୋଲିସ ସୂଚନା ଅନୁଯାୟୀ, ପରେ ମନୋହରନ କାମ କରିବାକୁ ଚାଲିଗଲେ | ସ୍ୱାମୀ କାମ କରିବାକୁ ଯିବାପରେ ସ୍ତ୍ରୀ ଛାତ ଉପରକୁ ଚାଲିଗଲେ | ସେ ସେଠାରେ ନିଜକୁ ଏକ କୋଠରୀରେ ବନ୍ଦ କରିଦେଲେ | ଏହାପରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ | କିଛି ସମୟ ପରେ ଜଣେ ପଡୋଶୀ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ | ସୌମ୍ୟାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ତାଙ୍କ ଶରୀରର ଅଧକାଂଶ ଅଂଶ ପୋଡି ଯାଇଥିବାରୁ ଶୁକ୍ରବାର ଦିନ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା |

ପୋଲିସ ଏହି ଘଟଣାରେ ଏକ ମାମଲା ରୁଜ୍ଜୁ କରି ଯାଞ୍ଚ କରୁଛି | ପୋଲିସ ଟିମ ପରିବାର ସଦସ୍ୟଙ୍କୁ ପଚରାଉଚୁରା କରୁଛି | ମାମଲାରେ ପଡୋଶୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି | ତେବେ ସୌମ୍ୟା କେବଳ ବିରିୟାନୀ କଥାକୁ ନେଇ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନା ଆତ୍ମହତ୍ୟା ପଛରେ ଆଉ କିଛି କାରଣ ଅଛି ତାହା ସ୍ପଷ୍ଟ ହୋଇନାହିଁ | ସ୍ୱାମୀ ସ୍ତ୍ରୀ ମଧ୍ୟରେ ଆଗରୁ ଏହିଭଳି ଝଗଡା ହେଉଥିଲା ନା ନାହିଁ ତାହା ପୋଲିସ ପତା କରୁଛି | ମାମଲାର ତଦନ୍ତ ଜାରି ରହିଛି |

   Related Posts