ଯେତେ ବୁଝାଇଲେ ବି ମାନିଲାନି ମଦ୍ୟପ ସ୍ବାମୀ, ମଦ କିଣିବାରୁ ଦୋକାନ ଆଗରେ ନିଜ ଦେହରେ ନିଆଁ ଲଗାଇଦେଲା ସ୍ତ୍ରୀ

Published By : Prameya-News7 Bureau | April 03, 2021 IST

ପନ୍ନା ୩।୪: ପନ୍ନାର ଶାହାନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମଦ୍ୟପ ସ୍ବାମୀଙ୍କୁ ମଦ୍ୟପାନ କରିବାକୁ ବାରଣ କରିବା ପରେ ମାନିଲାନି ସ୍ବାମୀ । ମଦ ଦୋକାନ ଆଗରେ ନିଆଁ ଲଗାଇ ଦେଇଥିଲେ ସ୍ତ୍ରୀ । ମହିଳାଙ୍କ ଦେହରେ ନିଆଁ ଲାଗିଥିବା ବେଳେ ସ୍ଥାନୀୟ ଲୋକମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ନିଆଁକୁ ଆୟତ୍ତ କରିବା ପରେ ମହିଳାଙ୍କୁ ତୁରନ୍ତ ଶାହନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜବଲପୁରକୁ ସ୍ଥାନାନ୍ତର କରାଯାଇଛି । ଏଭଳି ସମ୍ବେଦନଶୀଳ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ମହିଳା ଜଣଙ୍କ ସ୍ବାସ୍ଥ୍ୟ ବିଭାଗର ଜଣେ ସରକାରୀ କର୍ମଚାରୀ ବୋଲି କୁହାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, ସ୍ବାମୀ ମଦ ଆଣିବାକୁ ମଦ ଦୋକାନକୁ ଯାଇଥିଲେ । ସ୍ତ୍ରୀ ମଧ୍ୟ ସ୍ବାମୀଙ୍କ ପଛରେ ଯାଇଥିଲେ । ଯେତେବେଳେ ସ୍ବାମୀ ମଦ ନେଇଥିଲେ ସେତେବେଳେ ତାଙ୍କୁ ସ୍ତ୍ରୀ ମନା କରିଦେଇଥିଲେ । କିନ୍ତୁ ସ୍ବାମୀ ତାଙ୍କ କଥା ଶୁଣିନଥିଲେ । ଫଳରେ ସ୍ତ୍ରୀ ରାଗିଯାଇ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ମହିଳାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.