ସ୍ବାମୀ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଲେ ମହିଳା, ପତ୍ନୀଙ୍କର ଅନୈତିକ ସମ୍ପର୍କକୁ ନେଇ କରୁଥିଲେ ଝଗଡା

Published By : Prameya-News7 Bureau | May 06, 2021 IST

ରାଜପୁରା ୬।୫: ପଞ୍ଜାବ ରାଜପୁରା ଥାନା ସଦର ଅନ୍ତର୍ଗତ ଚନ୍ଦୁଆ ଖୁର୍ଦ ଗାଁରେ ଜଣେ ମହିଳା ନିଜ ସ୍ବାମୀଙ୍କ ଉପରେ ତେଲ ଢାଳି ଜୀବନ୍ତ ଜାଳିଦେଇଛନ୍ତି । ପୋଲିସ ମୃତକଙ୍କ ବାପାଙ୍କ ବୟାନ ଆଧାରରେ ମହିଳାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ରତ୍ନ ଲାଲ ବାସିନ୍ଦା ଚନ୍ଦୁଆ ଖୁର୍ଦା ପୋଲିସ ନିକଟରେ ଜଣେ ବ୍ୟକ୍ତି ଅଭିଯୋଗ ହୋଇଥିଲା ଯେ, ତାଙ୍କ ପୁଅ ୩୮ ବର୍ଷ ବୟସ୍କ ସଞ୍ଜୀବ କୁମାରଙ୍କ ପତ୍ନୀ ରୋଜିଙ୍କ ସହ ଅନେକ ସମୟରେ କଳହ ହେଉଥିଲା । ସଞ୍ଜୀବ କୁମାର ସନ୍ଦେହ କରୁଥିଲେ ଯେ ତାଙ୍କ ପତ୍ନୀଙ୍କର ଅନ୍ୟ କାହା ସହ ଅନୈତିକ ସମ୍ପର୍କ ରଖିଛନ୍ତି ।

ଏଥିଯୋଗୁଁ ବୁଧବାର ସନ୍ଧ୍ୟାରେ ରୋଜି, ସଞ୍ଜୀବ କୁମାରଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଫଳରେ ସଞ୍ଜୀବଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସଦର ଥାନା ପୋଲିସ ସଞ୍ଜୀବଙ୍କ ବାପାଙ୍କ ବୟାନ ଆଧାରରେ ରୋଜିଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.