ସ୍ୱାମୀ ଚନ୍ଦା ବୋଲି ଛାଡପତ୍ର ମାଗିଲେ ମହିଳା, ବିବାହର ବର୍ଷେ ପରେ ଧରାପଡିଗଲା ମିଛ କେଶ

Published By : Prameya-News7 Bureau | March 05, 2021 IST

ମୀରଟ,୦୫/୦୩: :ଉତ୍ତର ପ୍ରଦେଶର ମୀରଟରେ ଜଣେ ବ୍ୟକ୍ତି ବିବାହ ପୂର୍ବରୁ ନିଜର ଚନ୍ଦାପଣ କଥା ଲୁଚାଇଥିବାରୁ ଏବେ ତାଙ୍କ ପାଇଁ ମହଙ୍ଗା ପଡିଛି । ତାଙ୍କ ପତ୍ନୀ ଏବେ ତାଙ୍କ ଠାରୁ ଛାଡପତ୍ର ଦାବି କରିଛନ୍ତି । ବୁଧବାର ଏକ ପାରିବାରିକ ଅଦାଲତ ପରିସରରେ ଛାଡପତ୍ର ପାଇଁ ଆବେଦନ କରିଥିବା ବ୍ୟକ୍ତିମାନଙ୍କ କାଉନସେଲିଙ୍ଗ୍‌ କରାଯାଉଥିଲାବେଳେ ଏହି ଘଟଣା ସାମ୍ନାକୁ ଆସିଛି ।

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ବିବାହର ବର୍ଷେ ପର ଯାଏଁ ତାଙ୍କ ସ୍ୱାମୀଙ୍କର ଘନ କେଶ ଥିବାର ସେ ଦେଖିଥିଲେ । କିନ୍ତୁ ପରେ ସେ ଜାଣିବାକୁ ପାଇଥିଲେ ଯେ ସେ ପ୍ରକୃତରେ ଚନ୍ଦା ଥିଲେ ଏବଂ ଉଇଗ୍‌ ବ୍ୟବହାର କରୁଥିଲେ ।

ବିବାହ ପୂର୍ବରୁ ସେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଏହି କଥା ପ୍ରକାଶ କରିନଥିଲେ । ତାଙ୍କ ସହିତ ଧୋକା ହୋଇଛି । ତେଣୁ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଛାଡ଼ପତ୍ର ଚାହାନ୍ତି ବୋଲି କୋର୍ଟରେ ଆବେଦନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.