Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହଠାତ୍ ଘରେ ପହଞ୍ଚିଗଲେ ପତ୍ନୀ: ରୁମରେ ପ୍ରେମିକା ସହ ଥିଲେ ସ୍ୱାମୀ, ତାପରେ ହେଲା କଣ…

21/09/2021 at 4:22 PM

କାନପୁର ୨୧/୦୯ : କାନପୁର ଜିଲ୍ଲା ଗୁଜେନିରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ନିଜ ମା’ ଘରୁ ସ୍ୱାମୀ ଘରକୁ ଫେରିବା ପରେ ପତ୍ନୀ ନିଜ ସ୍ୱାମୀକୁ ପ୍ରେମିକା ସହ ଦେଖିଥିଲେ। ପତ୍ନୀ ଉଭୟ ସ୍ୱାମୀ ଓ ପ୍ରେମିକାକୁ ନିରଧୂମ ଛେଚିଥିଲେ। ସ୍ୱାମୀ ସ୍ତ୍ରୀ ଓ ପ୍ରେମିକାର ହଙ୍ଗାମା ଦେଖି ଲୋକେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ୩ ଜଣଙ୍କୁ ଥାନାକୁ ନେଇଯାଇଥିଲା। ଥାନାରେ ପତ୍ନୀ ସ୍ୱାମୀ ବରୋଧରେ ଅଭିଯୋଗ କରିଛନ୍ତି।

ଗୁଜେନି ବାସିନ୍ଦା ଲୋଡ଼ାର ଚାଳକଙ୍କ ପତ୍ନୀ ଦୁଇ ଦିନ ପୂର୍ବରୁ ହଂସପୁରମ ସ୍ଥିତ ନିଜ ମା’ ଘରକୁ ଯାଇଥିଲେ। ମହିଳା ପୋଲିସକୁ କହିଛନ୍ତି ଯେ ସୋମବାର ସନ୍ଧ୍ୟାରେ ସେ ନିଜ ଘରକୁ ଫେରିଥିଲେ। ଘରକୁ ଫେରିବାବେଳେ ଘର କବାଟ ଖୋଲା ଥିଲା। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସହ ସହ ତାଙ୍କ ପ୍ରେମିକା ଥିଲା ଯିଏ ବର୍ରାରେ ରୁହନ୍ତି। ମହିଳାଙ୍କ ସ୍ୱାମୀ ଓ ତାଙ୍କ ପ୍ରେମିକା ହଠାତ ତାଙ୍କୁ ଦେଖି ଚମକି ପଡିଲେ। ସ୍ୱାମୀ ପ୍ରଥମେ ସଫେଇ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ମହିଳା ତାଙ୍କ କଥା ବିଶ୍ୱାସ କରିନଥିଲେ। ସେ ରାଗି ଯାଇଥିଲେ ଓ ସ୍ୱାମୀଙ୍କୁ ମାରପିଟ କରିଥିଲେ। ପ୍ରେମିକା ତାଙ୍କୁ ବଞ୍ଚାଇବାକୁ ଆସିବାରୁ ସେ ଆହୁରି ରାଗିଗଲେ ଓ ତାଙ୍କୁ ବି ପିଟିଥିଲେ। ଘରେ ପାଟିତୁଣ୍ଡ ଶୁଣି ପଡୋଶୀ ଆସି ଦେଖିଥିଲେ ଓ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ୩ ଜଣଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। କିନ୍ତୁ କେହି ବି ପୋଲିସ କଥା ଶୁଣିନଥିଲେ। ଫଳରେ ପୋଲିସ ତାଙ୍କୁ ଥାନାକୁ ନେଇଯାଇଥିଲା।

   Related Posts