ଲକଡାଉନ୍ ପାଇଁ ସ୍ୱାମୀଙ୍କ ଶେଷ ସମୟରେ ପାଖରେ ରହିପାରିଲେନି ସ୍ତ୍ରୀ, ଭିଡିଓ କଲରେ ଦେଖିଲେ ଅନ୍ତ୍ୟେଷ୍ଟି କ୍ରିୟା
19/04/2020 at 6:54 PM

ମୁମ୍ବାଇ, ୧୯|୦୪: ମହାରାଷ୍ଟ୍ର ମୁମ୍ବାଇରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ସିନ୍ଧୁଦୁର୍ଗ ଜିଲ୍ଲାର ଜଣେ ମହିଳା ଭିଡିଓ କଲରେ ୪୯୦ କିମି ଦୂରରୁ ନିଜ ସ୍ୱାମୀଙ୍କ ଅନ୍ତିମ କ୍ରିୟା ଦେଖିଛନ୍ତି ।
ଭାରତରେ କରୋନା ଭାଇରସ ପାଇଁ ଲକଡାଉନକୁ ମେ ୩ ଯାଏଁ ଘୁଞ୍ଚାଇ ଦିଆଯାଇଛି । ଏହି ସମୟରେ ବାସନ୍ତୀ ବାନ୍ଦେକରନାମକ ଜଣେ ମହିଳାଙ୍କ ସ୍ୱାମୀ ଚନ୍ଦ୍ରକାନ୍ତ ପ୍ରାଣ ହରାଇଥିଲେ । କିନ୍ତୁ ସେ ଲକଡାଉନ ପାଇଁ ମୁମ୍ବାଇ ଯାଇ ଶେଷ ଦର୍ଶନ କରିପାରି ନଥିଲେ ।

ଚନ୍ଦ୍ରକାନ୍ତଙ୍କ ପୁତ୍ର ଅମିତ କହିଛନ୍ତି ଯେ, ପିତା ଏପ୍ରିଲ ୧୬ ତାରିଖରେ ପ୍ରାଣ ହରାଇଥିଲେ । ତାଙ୍କ ପାଖରେ ମୃତଦେହକୁ ଗ୍ରାମକୁ ନେବା ପାଇଁ କୌଣସି ଉପାୟ ନଥିଲା । ଏପରିକି ଲକଡାଉନ ପାଇଁ ମାଆ ମଧ୍ୟ ଆସିପାରି ନଥିଲେ । ତେଣୁ ସେ ମାଆଙ୍କ ପାଖକୁ ଭିଡିଓ କଲ କରିଥିଲେ । ଏହି ଭିଡିଓ କଲରେ ହିଁ ମାଆ ବାପାଙ୍କ ଶେଷ ଦର୍ଶନ କରିଥିଲେ ।
ଚନ୍ଦ୍ରକାନ୍ତ ମାର୍ଚ୍ଚ ୨୨ରୋ ମୁମ୍ବାଇରେ ରହୁଥିବା ତାଙ୍କ ପୁଅ ଘରକୁ ଯାଇଥିଲେ । ସେ କ୍ୟାନସରରେ ପୀଡିତ ଥିବାରୁ ଡାଏଗ୍ନୋସିସ୍ ପାଇଁ ସେଠାକୁ ଯାଇଥିଲେ । ଏନେଇ ବାସନ୍ତୀଙ୍କୁ କୁହାଯାଇଥିଲେ ମଧ୍ୟ ଲକଡାଉନ ପାଇଁ ସେ ଆସିପାରି ନଥିଲେ ।