ଯାହାକୁ ମାରିବାକୁ ଚାହୁଁଥିଲା ସେ ହିଁ ବଞ୍ଚାଇ ଦେଲା : ସଇତାନ ସ୍ବାମୀକୁ ନୂଆ ଜୀବନ ଦେଲା ସ୍ତ୍ରୀ

Published By : Prameya-News7 Bureau | June 03, 2020 IST

ନୂଆଦିଲ୍ଲୀ ୩/୬: ଦିଲ୍ଲୀର ତ୍ରିଲୋକପୁରୀ ଅଞ୍ଚଳରେ ସିସିଟିଭି କ୍ୟାମେରାରେ ଏକ ଅଦ୍ଭୁତ ଘଟଣା କଏଦ ହୋଇଛି ଯେଉଁଥିରେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ମାରିବା ପାଇଁ ପେଟ୍ରୋଲ୍ ନେଇ ଯାଉଛି ଏବଂ ନିଜକୁ ଏବଂ ପତ୍ନୀଙ୍କୁ ଜଳାଇବାକୁ ଉଦ୍ୟମ କରୁଛି। ପେଟ୍ରୋଲ୍ ଢ଼ାଳି ସେ ନିଜକୁ ନିଆଁ ଲଗାଇ ଦେଉଛି କିନ୍ତୁ ଠିକ୍ ସମୟରେ ସ୍ତ୍ରୀ ତା’ ସ୍ବାମୀର ଜୀବନ ବଞ୍ଚାଉଛି।

କୁହାଯାଉଛି ଯେ ଆରିଫ ନାମକ ଏହି ବ୍ୟକ୍ତି ହୋଲି ପୂର୍ବରୁ ମିରଠ ଆସିଥିଲା। ସେଠାରୁ ଲକଡାଉନ୍ ସରିବା ପରେ ମଙ୍ଗଳବାର ଦିଲ୍ଲୀ ଫେରିଥିଲା।

ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଚାଲିଥିଲା। ଯାହା ଫଳରେ ମଙ୍ଗଳବାର ସେ ନିଜ ସ୍ତ୍ରୀଙ୍କୁ ଜଳାଇବା ପାଇଁ ପେଟ୍ରୋଲ୍ ନେଇ ଆସିଥିଲା ଏବଂ ‘ନିଜେ ମରିବି ଆଉ ତୋତେ ବି ନେଇ ମରିବି’ କହି ପେଟ୍ରୋଲ୍ ଢ଼ାଳି ନିଜକୁ ନିଆଁ ଲଗାଇ ଦେଉଛି। ପରେ ସ୍ତ୍ରୀ ନିଜ ସ୍ବାମୀ ଉପରେ କମ୍ବଳ ପକାଇ ଜୀବନ ରକ୍ଷା କରୁଛି।

ଆରିଫର କହିବା ଅନୁସାରେ ଗତ ୫ବର୍ଷରୁ ଉଭୟ ସ୍ବାମୀ ସ୍ତ୍ରୀ ପରସ୍ପରଠୁ ଅଲଗା ହେବାକୁ ଚାହୁଁଥିଲେ। ଏହି କାରଣରୁ ବ୍ୟକ୍ତି ଘରୁ ମିରଠ ଯାଇଥିଲା। ଲକଡାଉନ୍ ଯୋଗୁଁ ସେଠାରୁ ଫେରିବା ପାଇଁ ତାକୁ ବିଳମ୍ବ ହୋଇଥିଲା। ଆରିଫର ବୟସ ପାଖାପାଖି ୩୫ବର୍ଷ।

ବର୍ତ୍ତମାନ ଆରିଫକୁ ନିକଟସ୍ଥ ଲାଲ ବାହାଦୁର ଶାସ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି କରି ଦିଆଯାଇଛି। ଏଠାରେ ତା’ର ଚିକିତ୍ସା ଚାଲିଛି। ଏହି ଘଟଣା ସିସିଟିଭିରେ କଏଦ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.