କରୋନା ସଂକ୍ରମିତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି ସ୍ବାମୀ, ସାହାଯ୍ୟ ପାଇଁ ସ୍ତ୍ରୀଙ୍କ ଆକୁଳ ନିବେଦନ

Published By : Prameya-News7 Bureau | June 12, 2021 IST

ସାନଖେମୁଣ୍ଡି ୧୨।୬: ମହାମାରୀ କରୋନା ଅନେକଙ୍କ ଜୀବନ ନେଇ ସାରିଲାଣି। ଅନେକ ଏବେ ମଧ୍ୟ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଆଉ କିଛି ଚିକିତ୍ସାରେ ଅର୍ଥ ଖର୍ଚ୍ଚ କରି ବେସାହାରା ହୋଇ ଯାଇଛନ୍ତି ତ ଆଉ କିଛି ସହାୟତା ପାଇଁ ଅପେକ୍ଷା କରିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ବର ପଞ୍ଚାୟତର ଗଣିଆନାଳ ଗ୍ରାମରେ।

ସୂଚନାଯୋଗ୍ୟ , ମାସେ ଧରି ୩୦ ବର୍ଷ ବୟସ୍କ ଜଣେ ଯୁବକ ଟୁନା ସାହୁ କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ବ୍ରହ୍ମପୁର ଓ ପରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତଖାନାରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ କଟକର ଏକ ଘରୋଇ ଡାକ୍ତରଖାନାରେ ଏବେ ଚିକିତ୍ସିତ ହେଉଛନ୍ତି । ଘରେ ଯାହା ଥିଲା ସେସବୁ ମିଶାଇ ବିଲ ବାଡି ସବୁ ବନ୍ଧା ପକାଇ ପ୍ରାୟ ୧୦ ଲକ୍ଷ ଟଙ୍କା ଯୋଗାଡ କରିଥିଲେ। ହେଲେ ସେଥିରୁ ଅଧିକ ଖର୍ଚ୍ଚ କରି ସାରିଲେଣି। ଘରେ ଆଉ କିଛି ନାହିଁ ।

ସମ୍ପୂର୍ଣ୍ଣ ଭଲ ହେବାକୁ ହେଲେ ଆହୁରି ୫ ରୁ ୧୦ଲକ୍ଷ ଟଙ୍କା ଆବଶ୍ୟକ ହେଉଛି । ବର୍ତ୍ତମାନ ଟୁନାଙ୍କ ଅବସ୍ଥାରେ ସାମାନ୍ୟ ଉନ୍ନତି ଆସିଛି । ହେଲେ ଦୁଇ ଛୁଆକୁ ଧରି ସ୍ତ୍ରୀ ଏତେ ଟଙ୍କା କେଉଁଠୁ ଆଣିବେ ଚିନ୍ତାରେ ଅଛନ୍ତି । ତେଣୁ ସରକାରୀ ସହାୟତା ନଚେତ୍ କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ପାଇଁ ସେ ଗୁହାରୀ କରିଛନ୍ତି । ଟୁନା ସାହୁ ଏକ ପାନ ଦୋକାନ କରି ଗୁଜୁରାଣ ମେଣ୍ଟାଉ ଥିଲେ । ଘରେ ଦୁଇ ପିଲା ବାପା ମା’ ଘର ଚଳାଇବା ମଧ୍ୟ କଷ୍ଟକର । ଏବେ ସହାୟତା ଅପେକ୍ଷାରେ ପରିବାର । ଆର୍ଥିକ ସହାୟତା ମିଳିଲେ ସେ ତାଙ୍କ ସ୍ଵାମୀଙ୍କ ସଂପୂର୍ଣ୍ଣ ଚିକିତ୍ସା କରାଇ ପାରିବେ। ତେଣୁ ସହାୟତା କରିବାକୁ ସେ ଲୋକଙ୍କୁ ହାତ ଯୋଡି ଅନୁରୋଧ କରିଛନ୍ତି।

{"id":465035,"sizeSlug":"large","linkDestination":"none"}

ଗୁଗୁଲ ପେ’ ଓ ଫୋନ୍ ପେ’ ନଂ- ୯୪୩୮୩୮୭୦୫୨

ନାମ- ଶ୍ରୀକାନ୍ତ ସାହୁ

ବ୍ୟାଙ୍କ୍ ଆକାଉଣ୍ଟ ନଂ- ଏସବିଆଇ ୩୦୮୩୭୧୮୦୯୬୪

ଆଇଏଫଏସସି କୋଡ୍- ଏସବିଆଇଏନ ୦୦୧୦୯୧୧

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.