ଜୁଆ ପାଇଁ ପତ୍ନୀଙ୍କୁ ବାଜି

Published By : Prameya-News7 Bureau | May 30, 2018 IST

ଜୁଆ ପାଇଁ ପତ୍ନୀଙ୍କୁ ବାଜି । ହାରିଯିବା ପରେ ପତ୍ନୀକୁ ପରପୁରୁଷକୁ ଟେକିଦେଲା ସ୍ୱାମୀ । ସ୍ୱାମୀର ସମ୍ମୁଖରେ ଓ ସହଯେ।ଗରେ ପତ୍ନୀକୁ ଦୁଷ୍କର୍ମ । ଏମିତି ଘଟଣା ଘଟିଛି ବାଲେଶ୍ବର ବାଲିଆପାଳ ଥାନା ଅଞ୍ଚଳର । ଜୁଆ ଖେଳିବାକୁ ମହିଳାଙ୍କ ସ୍ୱାମୀ ଜଣେ ସମ୍ପର୍କୀୟଙ୍କଠାରୁ ଟଙ୍କା ଆଣି ଶୁଝିପାରିଲେ ନାହିଁ । ଶେଷରେ ପ୍ରତିବଦଳରେ ସ୍ତ୍ରୀକୁ ଋଣଦାତାଙ୍କ ହାତକୁ ଟେକିଦେଲେ । ଆଉ ସମ୍ପର୍କୀୟ ଜଣକ ସ୍ବାମୀ ସହଯେ।ଗରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ଘଟଣାର ସମାଧାନ ପାଇଁ ଗ୍ରାମବାସୀ ଚେଷ୍ଟା କରିଥିଲେ ହେଲେ ସମ୍ଭବ ନହେବାରୁ ବାଲିଆପାଳ ଥାନାରେ ଏତଲା ଦିଆଗଲା । ହେଲେ ପେ।ଲିସ ଏତଲା ରଖିନଥିଲା । ଆପେ।ଷ ବୁଝାମଣା କରିଫେରାଇଦେଲା । ଶେଷରେ ମହିଳା ଜଣକ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେ।ଇଛନ୍ତି । ୧୮ ବର୍ଷ ତଳେ ମହିଳା ଜଣକ ବିବାହ କରିଥିଲେ । ସେମାନଙ୍କ ୧୫ ଓ ୮ ବର୍ଷର ଦୁଇଟି ପୁଅ ଓ ୧୨ ବର୍ଷର ଗେ।ଟିଏ ଝିଅ ଅଛି । ତେବେ ସ୍ୱାମୀ ଜଣକ ଜୁଆସକ୍ତ ଥିଲେ । ହାଇଦ୍ରାବାଦରେ କିଛି ଦିନ କାମ କରୁଥିବା ଜୁଆଡି ସ୍ୱାମୀ , ଗାଁରେ ଅଧିକାଂମଶ ସମୟ ରହୁଥିଲେ । ସେ ଗାଁରେ ଜୁଆ ଖେଳି ଘରର ସବୁ ଆସବ।ବ ଜିନିଷ ବିକ୍ରି କରିସାରିଲେଣି । ଯାହାକୁ ନେଇ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ପାଟିତୁଣ୍ଡ ହେଉଥିଲା । ସ୍ତ୍ରୀକୁ ମାରିପିଟ କରୁଥିଲେ ଜୁଆଡି ସ୍ୱାମୀ । ହେଲେ ଗତ ୨୩ରେ ନିର୍ଯାତନା ସୀମା ଲଘିଂଥିଲା । ଜୁଆଡି ସ୍ୱାମୀ ତାଙ୍କର ଜଣେ ସମ୍ପର୍କୀୟ ଠାରୁ ଟଙ୍କା ଆଣି ଜୁଆ ଖେଳିଥିଲେ । ଖେଳରେ ହାରିଯିବା ପରେ ଟଙ୍କା ଫେରାଇ ନପାରି ନିଜ ସ୍ତ୍ରୀକୁ ଗେ।ଟିଏ ରାତି ପାଇଁ ସେହି ସଂପର୍କୀୟକୁ ଟେକି ଦେବାକୁ କହିଥିଲେ । ଶେଷରେ ଜୁଆରେ ହାରିଯିବାରୁ ପତ୍ନୀଙ୍କୁ ପରହାତକୁ ଟେକି ଦେଇଥିଲା ଜୁଆଡି ସ୍ୱାମୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.