ସ୍ବାମୀ ପ୍ରତିଦିନ ଅଣ୍ଡା ଖାଇବାକୁ ନ ଦେବାରୁ ପ୍ରେମିକ ସହ ଫେରାର ହୋଇଗଲେ ସ୍ତ୍ରୀ, ପ୍ରକୃତ ଘଟଣା କ’ଣ ଜାଣନ୍ତୁ

Published By : Prameya-News7 Bureau | October 28, 2019 IST

ଗୋରଖପୁର୨୮/୧୦: ଏକ ଅଜବ ପ୍ରକାର ଘଟଣା ସାମ୍ନା ଆସିଛି। ଏହି ଘଟଣା ସଂପର୍କରେ ଜାଣିଲେ ଆପଣ ହୁଏତ ମିଛ ଭାବି ପାରନ୍ତି। କିନ୍ତୁ ପ୍ରକୃତ ଏହା ସତ୍ୟ ଘଟଣା ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ପ୍ରତିଦିନ ଅଣ୍ଡା ଖାଇବାକୁ ନ ଦେବାରୁ ସେ ଅନ୍ୟ ଜଣେ ଯୁବକଙ୍କ ସହ ଫେରାର ହୋଇଯାଇଛନ୍ତି। ଏହା ପୂର୍ବରୁ ଅର୍ଥାତ ଚାରି ମାସ ତଳେ ମହିଳା ତାଙ୍କ ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ମହିଳାଙ୍କୁ ତାଙ୍କ ସ୍ବାମୀ ପାଖରେ ପୋଲିସ ପହଞ୍ଚାଇଥିଲା। କାହିଁକି ଏମିତି କଲେ ବୋଲି ମହିଳାଙ୍କୁ ପୋଲିସ ପ୍ରଶ୍ନ ପଚାରିଥିଲା। ଉତ୍ତରରେ ମହିଳା କହିଥିଲେ ଯେ  ସେ ପ୍ରତିଦିନ ଅଣ୍ଡା ଖାଇବାକୁ ଚାହୁଁଛନ୍ତି ହେଲେ ତାଙ୍କ ସ୍ବାମୀ ଦେଉ ନାହାନ୍ତି। ତେଣୁ ସେ ବାଧ୍ୟ ହୋଇ ଘର ଛାଡ଼ି ପଳାଇଥିବା କଥା କହିଥିଲେ। ବହୁ ବୁଝାସୁଝା ପରେ ମହିଳା ତାଙ୍କ ସ୍ବାମୀଙ୍କ ପାଖରେ ରହିଥିଲେ। ଉତ୍ତର ପ୍ରଦେଶର ଗୋରଖପୁରରେ ଏଭଳି ଘଟଣା ଘଟିଛି।

କିଛି ମାସ ହସ ଖୁସୀରେ ସ୍ବାମୀ ଓ ସ୍ତ୍ରୀ ରହିଥିଲେ। ପ୍ରତିଦିନ ସ୍ବାମୀ ଅଣ୍ଡା ଖାଇବାକୁ ନ ଦେବାରୁ ସ୍ତ୍ରୀ ପୁଣି ତାଙ୍କ ପ୍ରେମିକା ସହ ଫେରାର ହୋଇଯାଇଛନ୍ତି। ଏନେଇ ସ୍ଥାନୀୟ ଲୋକ ମହିଳାଙ୍କ ପ୍ରେମିକ ଘରେ ପହଞ୍ଚିଥିଲେ। କିନ୍ତୁ ତାଙ୍କ ପ୍ରେମିକ ଘରେ ନ ଥିବାରୁ ସମସ୍ତେ ଯାହା ସନ୍ଦେହ  କରୁଥିଲେ ତାହା ସତରେ ପରିଣତ ହୋଇଥିଲା । ମହିଳା ତାଙ୍କ ପ୍ରେମିକ ସହ କୁଆଡ଼େ ଫେରାର ହୋଇଛନ୍ତି। ଏପରିକି ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନଣନ୍ଦଙ୍କୁ ମଧ୍ୟ ସେ ସାଙ୍ଗରେ ନେଇ ଚାଲି ଯାଇଛନ୍ତି।

ମହିଳାଙ୍କ ବିବାହ ଚାରି ବର୍ଷ ହୋଇଗଲାଣି। ସ୍ଥାନୀୟ ଜଣେ ଯୁବକଙ୍କ ସହ ତାଙ୍କର ଅବୈଧ ସଂପର୍କ ଗଢ଼ି ଉଠିଥିଲା। ପ୍ରକୃତରେ ମହିଳା ତାଙ୍କ ପ୍ରେମିକ ସହ ଯିବା ପାଇଁ ଅଣ୍ଡା ଖାଇବାର ବାହାନ କରୁଥିଲେ। ପ୍ରତିଦିନ ଅଣ୍ଡା ଖାଇବା ବାହାନା କରି ନିଜ ସ୍ବାମୀଙ୍କ ସହ ସେ ଝଗଡ଼ା କରୁଥିଲେ। ଏପରିକି ଅଣ୍ଡା ଖାଇବା ପାଇଁ ଘର ଛାଡ଼ିବା କଥା ବିଶ୍ବାସ ଯୋଗ୍ୟ ନୁହେଁ। ତଥାପି ମହିଳା ଅଣ୍ଡା ପାଇଁ ଘର ଛାଡି ଚାଲିଯିବା କଥା ପୂର୍ବରୁ ପୋଲିସ ସାମ୍ନାରେ କହିଥିଲେ। ଫେରାର ମହିଳାଙ୍କ ସ୍ବାମୀଙ୍କ ଏ ନେଇ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଭଉଣୀ ଓ ସ୍ତ୍ରୀଙ୍କୁ ଫେରାଇ ଆଣିବା ପାଇଁ ଥାନାରେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.