Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||

ସ୍ବାମୀ କାମକୁ ଗଲେ ନାହିଁ ବୋଲି ସ୍ତ୍ରୀ ନିଆଁ ଲଗାଇ କଲେ ଆତ୍ମହତ୍ୟା

18/02/2019 at 5:18 PM

ଅମ୍ବିକାପୁର ୧୮/୨: ସ୍ବାମୀ କାମ କରିବାକୁ ନ ଯିବାରୁ ରାଗିଯାଇ ସ୍ତ୍ରୀ କିରୋସିନି ତେଲ ଢାଳି ନିଜକୁ ନିଆଁ ଲଗାଇଦେଇଥିଲେ। ତତକ୍ଷଣାତ୍ ମହିଳାଙ୍କୁ ହସ୍ପିଟାଲକୁ ପହଞ୍ଚାଇ ଦିଆଯାଇଥିଲା । ଚିକିତ୍ସା ଚାଲିଥିବାବେଳେ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

ପୋଲିସଙ୍କ କହିବାନୁସାରେ ଦରିର୍ପାରା ଗାଁ ବାସିନ୍ଦା ଜୟନ୍ତୀ ବାଇ(୨୫)ଙ୍କ ସ୍ବାମୀ ଗତ କିଛି ଦିନ ହେବ ଦିନ ମଜୁରିଆ କରିବାକୁ ଯାଉନଥିଲେ। ସେ ପୂରା ଦିନ ଗାଁରେ ହିଁ ରହୁଥିଲେ। ଶନିବାର ଜୟନ୍ତୀ ତାଙ୍କୁ କହିଥିଲେ ଯେ କାମ ନ କରିବ ଯଦି ଘରର ଖର୍ଚ୍ଚ କିପରି ଚଳିବ। ଏହି କଥାରୁ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଜୟନ୍ତୀ ଘରୁ ବାହାରି ଥିଲା ଏବଂ କିରୋସିନି ତେଲ ଢାଳି ନିଜ ଶରୀରରେ ନିଆଁ ଲଗାଇଦେଇଥିଲେ। ନିଆଁରେ ତାଙ୍କ ସମ୍ପୂର୍ଣ୍ଣ ଶରୀର ଜଳି ଯାଇଥିଲା।

ବାହାରେ କିଛି ପିଲା ଖେଳୁଥିଲେ। ସେମାନେ ଚିତ୍କାର କରିବାରୁ ସ୍ବାମୀ ଏବଂ ଗାଁ ଲୋକେ ପହଞ୍ଚିଥିଲେ ଏବଂ ନିଆଁ ଲିଭାଇ ଥିଲେ। କିନ୍ତୁ ସେତେବେଳକୁ ତାଙ୍କ ଶରୀର ଜଳି ଯାଇଥିଲା। ସ୍ବାମୀ ତାଙ୍କୁ ଅମ୍ବିକାପୁର ମିଶନ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ଚିକିତ୍ସା ଚାଲିଥିବାବେଳେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

   Related Posts