Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଭତ୍ତା ପାଇଁ ସ୍ୱାମୀଙ୍କୁ ଠେଲାଗାଡ଼ିରେ ବସାଇ ଠେଲି ଠେଲି ୧୭କିମି ଦୂର ବ୍ଲକ ଅଫିସ ଆଣିଲେ ସ୍ତ୍ରୀ, ଦାରିଦ୍ର୍ୟର ଦୁଃଖରେ ଆହା କହିବ କିଏ ?

13/10/2020 at 1:08 PM

ବଡବିଲ ୧୩।୧୦: ଭତ୍ତା ପାଇଁ ଭିନ୍ନକ୍ଷମ ସ୍ବାମୀଙ୍କୁ ଟ୍ରାଇସାଇକେଲରେ ( ତିନିଚକିଆ ଢେଲାଗାଡ଼ି ) ବସାଇ ଠେଲି ଠେଲି ଦୀର୍ଘ ୧୭ କି.ମି. ରାସ୍ତା ନେଉଛନ୍ତି ସ୍ତ୍ରୀ । ସୋମବାର ଦିନ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ।

ସୂଚନା ଅନୁସାରେ ଚମ୍ପୁଆ ବ୍ଲକ୍ ବଡ଼ନଈ ପଂଚାୟତର ଦୁଲୁମ ଚାତମ୍ବା କିଛିମାସ ତଳେ ଘରକାମ କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଯାହା ଫଳରେ ତାଙ୍କର ବାମହାତ ଓ ଡାହାଣ ଗୋଡ଼ ଅଚଳ ହୋଇଗଲା । ଏକ ପ୍ରକାର ଭିନ୍ନକ୍ଷମ ପାଲଟି ଯାଇଥିବା ଦୁଲୁମ ଚାତମ୍ବା କାମ ଧନ୍ଦା କରିନପାରିବାରୁ ପରିବାର ପ୍ରତିପୋଷଣ କଷ୍ଟକର ହୋଇଗଲା । ଏଭଳି ପରିସ୍ଥିତିରେ ସରକାରୀ ସହାୟତା ମିଳିବ ବୋଲି ଆଶା କରିଥିଲେ ।

ବାର୍ଦ୍ଧକ୍ୟ/ଭିନ୍ନକ୍ଷମ ଭତ୍ତା ପାଇବା ଆଶାରେ ପଂଚାୟତ ଅଫିସକୁ ଧାଇଁ ଧାଇଁ ନୟାନ୍ତ ହେବା ପରେ, ଚମ୍ପୁଆ ବ୍ଲକ୍ ବିଡିଓଙ୍କୁ ଗୁହାରି ଜଣାଇବା ପାଇଁ ବାହାରିପଡ଼ିଲେ । ଗାଡ଼ି ଭଡ଼। କରି ଆସିବାକୁ ସମ୍ବଳ ନଥିବାରୁ ବାଧ୍ୟ ହୋଇ ଅନ୍ୟ ଜଣେ ଦିବ୍ୟାଙ୍ଗଙ୍କ ନିକଟରୁ ଟ୍ରାଇ ସାଇକେଲ ମାଗି ସେଥିରେ ବସି ଦୀର୍ଘ ୧୭କି.ମି. ବାଟ ଅତିକ୍ରମ କରି ଆସି ପହଁଚିଥିଲେ ଚମ୍ପୁଆରେ । ସ୍ତ୍ରୀ ସୂର୍ଯ୍ୟ ମୁଣ୍ଡ ଝାଳ ତୁଣ୍ଡରେ ମାରି ବିପଦପୂର୍ଣ୍ଣ ରାସ୍ତାରେ ୫ ଘଂଟା ଧରି ଟ୍ରାଇ ସାଇକେଲକୁ ଠେଲିଠେଲି ନେଇ ବ୍ଲକ୍ କାର୍ଯ୍ୟାଳୟରେ ପହଁଚିଥିଲେ ।

ଏହି ଘଟଣା ସମଗ୍ର ଚମ୍ପୁଆ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି । ବ୍ଲକ୍ କାର୍ଯ୍ୟାଳୟରେ ପହଁଚି ନିଜର ଗୁହାରି ଶୁଣାଇଥିଲେ ଏହି ଦମ୍ପତ୍ତି । ତେବେ ବ୍ଲକ୍ ପକ୍ଷରୁ ତାଙ୍କୁ ଆଶ୍ବସନା ଦିଆଯିବା ସହ ଗାଡ଼ି କରି ତାଙ୍କୁ ଗାଁରେ ପହଁଚାଇ ଦିଅଯାଇଥିବା ସୂଚନା ମିଳିଛି ।

   Related Posts