Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ବଡ଼ ଘର ବଡ ଗୁମର ! ଆଇଏଏସ୍ ଅଧିକାରୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଲେ ପତ୍ନୀ

15/06/2018 at 10:09 AM

ଆଇଏଏସ୍ ଅଫିସରଙ୍କ ବିରୋଧରେ ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ । ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତି ଅଫିସରଙ୍କ ପତ୍ନୀ । ଅଫିସର ଜଣକ ଏବେ ସମ୍ବଲପୁର ଜିଲ୍ଲାପାଳ । ଫେସବୁକ୍ ପୋଷ୍ଟରେ ଅଭିଯୋଗ ରଖି ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ , ମହିଳାଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସହ କ୍ୟାବିନେଟ ସଚିବଙ୍କ ଠାରୁ ନ୍ୟାୟ ମାଗିଛନ୍ତି ଇଚ୍ଚଶିକ୍ଷିତା ତଥା ଆଇଆରଟିଏସ୍ ପାଇଥିବା ପତ୍ନୀ । ତେବେ ତାଙ୍କ ବିରୋଧରେ ଅଭିଯୋଗ ମିଛ, ଭିତ୍ତିହୀନ ବୋଲି କହିବା ସହ ବର୍ଷେ ହେବ ସେ ଓ ତାଙ୍କ ପତ୍ନୀ ଅଲଗା ରହୁଥିବା କହିଛନ୍ତି ସମନ୍ବଲପୁର ଜିଲ୍ଲାପାଳ ।ତଥାପି ଜୋର ଧରିଛି ଚର୍ଚ୍ଚା ।
ଉଚ୍ଚ ଶିକ୍ଷିତ ଏବଂ ଉଚ୍ଚପଦାଧିକାରୀଙ୍କ ବିରୋଧରେ ପାରିବାରିକ ହିଂସା ଅଭିଯୋଗ । ଆଇଏଏସ୍ ଅଫିସର ତଥା ସମ୍ବଲପୁର ଜିଲ୍ଲାପାଳ ସାର୍ଥକ ବର୍ମାଙ୍କ ବିରୋଧରେ ସୋସିଆଲ ମିଡିଆରେ ତାଙ୍କ ପତ୍ନୀ ସୂଚୀ ସିଂହଙ୍କ ଅଭିଯୋଗକୁ ନେଇ ଆଲୋଡନ । ଫେସ୍ବୁକ୍ ପୋଷ୍ଟରେ ଆଇଆରଟିଏସ୍ ଟ୍ରେନି ସୂଚୀ ସିଂହ କେବଳ ଅଲଗା ରହୁଥିବା ତାଙ୍କ ସ୍ବାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ରଖିନାହାନ୍ତି , ପ୍ରଧାନମନ୍ତ୍ରୀଙ୍କ ସହ ଗୃହ ମନ୍ତ୍ରୀ, ମହିଳା ଶିଶୁ ବିକାଶ ମନ୍ତ୍ରୀ ଏବଂ କ୍ୟାବିନେଟ ସଚିବଙ୍କୁ ନ୍ୟାୟ ମଧ୍ୟ ମାଗିଛନ୍ତି ।ସୂଚୀ ଲେଖିଛନ୍ତି , ତାଙ୍କୁ ତାଙ୍କ ସ୍ବାମୀ ନମାନସୀକ ନିର୍ଯାତାନା ଦେଉଛନ୍ତି, ତାଙ୍କ କ୍ୟାରିୟର ନଷ୍ଟ କରିବାକୁ ଚାହୁଁଛନ୍ତି । ତା ସହ ତାଙ୍କ ପରିବାର ଲୋକଙ୍କ ବିରୋଧରେ ମିଥ୍ୟା ମାମଲା ଦରଜ କରିବାର ଧମକ ମଧ୍ୟ ଦେଉଛନ୍ତି । ଏନେଇ ଓଡିଶା ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ସେ ଜଣାଇଥିଲେ ବି ଆକ୍ସନ ହେଉନଥିବା ଫେସବିୁକ୍ ପୋଷ୍ଟରେ ଲେଖିଛନ୍ତି ସୂଚୀ ସିଂହ ।
ତେବେ ଏପରି ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ ସାର୍ଥକ ବର୍ମା । ସୂଚୀ ସିଂହଙ୍କ ନାମ ନନେଇ କହିଛନ୍ତି , ଅଭିଯୋଗ ସଂପୂର୍ଣ୍ମ ମିଛ ଏବଂ ଭିତ୍ତିହୀନ । ତେବେ ୨୦୧୫ ରେ ତାଙ୍କ ବିବାହ ହୋଇଥିବା କହିଥିଲେ ବି , ସେ ଓ ତାଙ୍କ ସ୍ତ୍ରୀ ବର୍ଷେ ହେବ ଅଲଗା ରହୁଥିବା କହିଛନ୍ତି । ସ୍ତ୍ରୀ ଟ୍ରେନିଂରେ ଥିବା ବେଳେ ସେ ଅଲଗା ରହୁଛନ୍ତି ଏବଂ ସଂପର୍କ ନାହିଁ ବୋଲି ମଧ୍ୟ କହିଛନ୍ତି ।

   Related Posts