Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ରୋଜଗାରରେ ପତିଙ୍କୁ ପଛରେ ପକାଇ ଦେଇଛନ୍ତି ଏହି ୫ କୋରିୟଗ୍ରାଫରଙ୍କ ପତ୍ନୀ

11/11/2019 at 8:40 AM

ମୁମ୍ବାଇ୧୧|୧୧: ଭାରତୀୟ ସିନେମା ବା ବଲିଉଡ୍‌ରେ ଗୀତ ଓ ନୃତ୍ୟରେ ବେଶ୍‌ ଚାହିଦା ରହିଛି । ଏଥିପାଇଁ କୋରିୟଗ୍ରାଫର ପା ନୃତ୍ୟଗୁରୁଙ୍କୁର ଆବଶ୍ୟକତା ରହିଛି । ବଲିଉଡ୍‌ରେ କୋରିୟଗ୍ରାଫରଙ୍କ  ରୋଜଗାର ବି ବେଶ୍‌ ଭଲ ।

ବଲିଉଡର କୋରିୟୋଗ୍ରାଫର ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ ପରିଚିତ ଓ ଲୋକପ୍ରିୟ । ରେମୋ ଡିସୁଜା ଓ ଗଣେଶ ହେଗଡେ ଭଳି ପ୍ରସିଦ୍ଧ ଡାନ୍ସର ତଥା କରିୟୋଗ୍ରାଫରଙ୍କ ପାର୍ଟନରଙ୍କୁ ଅଧିକାଂଶ ଲୋକେ ଦେଖି ନ ଥିବେ କିମ୍ବା ତାଙ୍କ ବିଷୟରେ ଜାଣି ନଥିବେ। ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାମି ଦାମୀ କରିୟୋଗ୍ରାଫରଙ୍କ ପତ୍ନୀଙ୍କ ବିଷୟରେ ଜାଣନ୍ତୁ ଏହି ଖାସ ତଥ୍ୟ।

ଡାନ୍ସର ଗଣେଶ ବଲିଉଡ ଫିଲ୍ମ ଲଗାନରେ କୋରିୟୋଗ୍ରାଫର  କରି  ଓସ୍କାର ପାଇଁ ମନେନୀତ ହୋଇଥିଲେ। ଅନେକ ଷ୍ଟେଜ ଶୋ ଓ ରିୟାଲିଟି ଶୋରେ ମଧ୍ୟ କୋରିୟୋଗ୍ରାଫି କରିଛନ୍ତି ଗଣେଶ ହେଗଡେ। ୨୦୧୧ ମସିହାରେ ଗଣେଶ ସୁନୟନାଙ୍କୁ ବିବାହ କରିଥିଲେ। ସୁନୟନା ନିଜେ ଜଣେ ଷ୍ଟାଇଲିସ୍‌ ଡିଜାଇନର ।

ବଲିଉଡର ସବୁଠୁ ସଫଳ କରିୟୋଗ୍ରାଫରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରେମୋ ଡିସୁଜା। ରେମୋ ଲିଜେଲ ନାମକ ଜଣେ ଫ୍ୟାସନ ଡିଜାଇନରଙ୍କୁ ବିବାହ କରିଛନ୍ତି। ଅଧିକାଂଶ ଶୋ ପାଇଁ ଲିଜେଲ ସ୍ବାମୀ ରେମୋଙ୍କ ପାଇଁ ଆଉଟ୍‌ଫିଟ ଡିଜାଇନ କରନ୍ତି।

ମିଷ୍ଟର ଇଣ୍ଡିଆ ଫିଲ୍ମରେ ଶିଶୁ କଳାକାର ଭାବେ ନଜର ଆସିଥିବା କରିୟୋଗ୍ରାଫର ଅହମଦ ଖାନ ମଡେଲ ସାୟରା ଖାନଙ୍କୁ ବିବାହ କରିଛନ୍ତି। ଅହମଦ ଜଣେ ପରିଚିତ ଅଭିନେତା, ପ୍ରଯୋଜକ ଓ ଦାମୀ କରିୟୋଗ୍ରାଫର । ପତ୍ନୀ ସାୟରା ମଧ୍ୟ ଜମେ ସଫଳ ପ୍ରଯୋଜକ।

ବଲିଉଡର ପ୍ରତିଷ୍ଠିତ କୋରିୟୋଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ପତ୍ନୀ ବିଧି ଆଚାର୍ଯ୍ୟଙ୍କ ବିଷୟରେ ଅଧିକାଂଶ ଲୋକେ ଜାଣିନାହାନ୍ତି। ଗଣେଶ ବଲିଉଡର ଅନେକ ଫେମସ ଗୀତରେ କୋରିୟୋଗ୍ରାଫର କରିଛନ୍ତି। ପଦ୍ମାବତ ଫିଲ୍ମର ଖଲିବଲି ଗୀତର କୋରିୟୋଗ୍ରାଫର କରିଛନ୍ତି ଗଣେଶ। ଗଣେଶ ବଲିଉଡ ଅଭିନେତା ଗୋବିନ୍ଦାଙ୍କର ଅନେକ ଗୀତର ମଧ୍ୟ କୋରିୟୋଗ୍ରାଫର କରିଛନ୍ତି।

ଜୟ ହୋ ଓ ବଡିଗାର୍ଡ ଫିଲ୍ମର ଡାନ୍ସର କୋରିୟୋଗ୍ରାଫର କରିଥିବା ମୁଦ୍ଦସର ଖାନ ଅଭିଶ୍ରୀ ସେନଙ୍କୁ ବିବାହ କରିଛନ୍ତି। ଅଭଶ୍ରୀ ମଧ୍ୟ ଜଣେ ସଫଳ କୋରିୟୋଗ୍ରାଫର।

 

  

   Related Posts