ସୁଶାନ୍ତ ସିଂହଙ୍କ ପରେ ରିୟା ଚକ୍ରବର୍ତୀଙ୍କ ଉପରେ ହେଉଛି ଫିଲ୍ମ 'ନ୍ୟାୟ ଦି ଜଷ୍ଟିସ୍'

Published By : Prameya-News7 Bureau | September 03, 2020 IST

ମୁମ୍ବାଇ ୦୩/୦୯ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ଖୁଲାସା ଏପର୍ଯ୍ୟନ୍ତ ହୋଇପାରିନାହିଁ | ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଜାରି ରହିଛି | ସୁଶାନ୍ତଙ୍କ ପରିବାର ରିୟା ଚକ୍ରବର୍ତୀଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇ ମାମଲା ରୁଜ୍ଜୁ କରିଥିଲେ | ପ୍ରତିଦିନ ରିୟାଙ୍କୁ ନେଇ ଭିନ୍ନ ଭିନ୍ନ ଖୁଲାସା ହେଉଛି | ଇତି ମଧ୍ୟରେ ଖବର ଆସିଛି ଯେ ରିୟା ଚକ୍ରବର୍ତୀଙ୍କ ଉପରେ ଫିଲ୍ମ ତିଆରି ହେବାକୁ ଯାଉଛି | ଏହି ଫିଲ୍ମର ଟାଇଟଲରୁ ଆରମ୍ଭ କରି କାହାଣୀ ଡିଟେଲ ଯାଏଁ ସବୁ ସାମ୍ନାକୁ ଆସିଛି |

{"id":324440,"width":567,"height":427,"sizeSlug":"large"}

କିଛି ସମୟ ପୂର୍ବରୁ ସୁଶାନ୍ତଙ୍କ ଉପରେ ଫିଲ୍ମ କରିବାକୁ ପ୍ରସ୍ତୁତି ହୋଇଥିଲା | ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ ହୋଇଥିଲା | କିନ୍ତୁ ସୁଶାନ୍ତଙ୍କ ପରିବାର ଏଥିରେ ଆପତ୍ତି କରିଥିଲେ | ସୁଶାନ୍ତ ସିଂହଙ୍କ ପରିବାରର ଓକିଲ ଏହି ମାମଲାରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ପଷ୍ଟ କରିଥିଲେ ଯେ ସୁଶାନ୍ତଙ୍କ ପରିବାରର ବିନା ଅନୁମତିରେ କେହି ତାଙ୍କ ଉପରେ ଫିଲ୍ମ କରିପାରିବେ ନାହିଁ | ବର୍ତ୍ତମାନ ରିୟାଙ୍କ ଉପରେ ଫିଲ୍ମ ହେବାକୁ ନେଇ ଖବର ସାମ୍ନାକୁ ଆସିଛି | ଏହି ଫିଲ୍ମର ଟାଇଟଲ 'ନ୍ୟାୟ ଦି ଜଷ୍ଟିସ' ରଖାଯାଇଛି | ଓକିଲ ଅଶୋକ ସରୋବଗିଙ୍କ ପତ୍ନୀ ସରଲା ସରୋବଗି ସୁଶାନ୍ତ-ରିୟା ମାମଲାରେ ଫିଲ୍ମ ତିଆରି କରୁଛନ୍ତି ଏବଂ ଏହାର ସୁଟିଂ ମଧ୍ୟ ଆରମ୍ଭ କରିଛନ୍ତି |

ଫିଲ୍ମର କାହାଣୀ ଓକିଲ ଅଶୋକ ସରୋବଗିଙ୍କ ଡାଏରୀରୁ ନିଆଯାଇଛି | ଫିଲ୍ମରେ ଟିଭି ଅଭିନେତା ଜୁବେର ଖାନ ସୁଶାନ୍ତ ସିଂହଙ୍କ ଭୂମିକାରେ ନଜର ଆସିବେ ଏବଂ ଶ୍ରେୟା ଶୁକ୍ଳା ରିୟାଙ୍କ ଚରିତ୍ରରେ ଅଭିନୟ କରିବେ | ଫିଲ୍ମର ସୁଟିଂ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଛି | ମୁମ୍ବାଇ ମଡ଼ ଆଇଲ୍ୟାଣ୍ଡ ଅଞ୍ଚଳରେ ଫିଲ୍ମ ସୁଟିଂ କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.