Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ସତ ପାଇଁ ନରମିଲେ କୋର୍ଟ, ଆଜୀବନ କାରାଦଣ୍ଡ ବଦଳରେ ଦେଲେ ୩ ବର୍ଷ ଜେଲ୍

2/12/2021 at 10:36 AM

ନୂଆଦିଲ୍ଲୀ ୦୨/୧୨ : କୁଖ୍ୟାତ ଡ୍ରଗ୍ ମାଫିଆ ଏଲ୍ ଚାପୋଙ୍କ ପତ୍ନୀ ଏମା କରୋନେଲ ଏଇସପୁରୋଙ୍କୁ ଆଶ୍ୱସ୍ତି ମିଳିଛି। କୋର୍ଟ ତାଙ୍କୁ ଦୟା ଦେଖାଇ ମାତ୍ର ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଚଳିତ ବର୍ଷ ଫେବୃଆରୀରେ ଗିରଫ ହେବା ପରେ ୩୨ ବର୍ଷର ଏମା ନିଜ ଅପରାଧ ସ୍ୱୀକାର କରିଥିଲେ। ବ୍ୟୁଟି କ୍ୱିନ୍ ଥିବା ଏମା ଆଜୀବନ କାରଦଣ୍ଡ ଭୋଗୁଥିବା ତାଙ୍କ ସ୍ୱାମୀଙ୍କ ପ୍ରତ୍ୟେକ ଅପରାଧରେ ସହଭାଗୀ ଥିଲେ। କେବଳ ଏତିକି ନୁହେଁ, ସେ ଏଲ ଚାପୋକୁ ଆମେରିକାର ଜେଲରୁ ସୁଡଙ୍ଗ ମାଧ୍ୟମରେ ଖସିଯିବାରେ ସାହାଯ୍ୟ କରିଥିବା ସ୍ୱୀକାର କରିଥିଲେ।

ଏମା କରୋନେଲଙ୍କ ଉପରେ ଲାଗିଥିବା ଅଭିଯୋଗ ଏବଂ ତାଙ୍କ ସ୍ୱୀକାର ପରେ, ସ୍ୱାମୀଙ୍କ ପରି ତାଙ୍କୁ ଆଜୀବନ କାରାଦଣ୍ଡ ମିଳିବ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ତାହା ହୋଇ ନଥିଲା। କାରଣ ତାଙ୍କ ଅନୁତାପକୁ ଦୃଷ୍ଟିରେ ରଖି ସରକାରୀ ଓକିଲ ଏହି ଦଣ୍ଡରେ ବିନମ୍ରତା ପାଇଁ ଆବେଦନ କରିଥିଲେ, ଯାହାକୁ କୋର୍ଟ ଗ୍ରହଣ କରିଛନ୍ତି। ଏମା, ଏଲ୍ ଚାପୋ ଏବଂ ସାନାଲୋଆ କାର୍ଟେଲଙ୍କ ସହିତ ଆମେରିକାରେ କୋକେନ୍, ମିଥାମଫେଟାମାଇନ୍, ହିରୋଇନ୍ ଏବଂ ଗଞ୍ଜେଇ ନିଶା ପଦାର୍ଥ କାରବାରର ଏକ ନେଟୱାର୍କ ପରିଚାଳନା କରିଥିଲେ। ଡ୍ରଗ୍ ବ୍ୟବସାୟରୁ ଅର୍ଜିତ ଟଙ୍କାରେ ସେ ଏଲ୍ ଚାପୋଙ୍କୁ ଆମେରିକାରୁ ବାହାରିବାରେ ସାହାଯ୍ୟ କରିଥିଲେ।

ଏମାଙ୍କୁ ଚଳିତ ବର୍ଷ ଫେବୃଆରୀରେ ଭର୍ଜିନିଆର ଡୁଲେସ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଥିଲା ଏବଂ ସେବେଠାରୁ ସେ ଜେଲରେ ଥିଲେ। ସରକାରୀ ଓକିଲ ଅଭିଯୋଗ କରିଥିଲେ ଯେ ଏମା ତାଙ୍କ ସ୍ୱାମୀଙ୍କ ଡ୍ରଗ୍ ବ୍ୟବସାୟ ପରିଚାଳନା କରୁଥିଲେ। ତାଙ୍କ ପାଖରେ ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ସୂଚନା ଥିଲା ଏବଂ ତାଙ୍କ ନିର୍ଦ୍ଦେଶରେ ଚୋରା ଚାଲାଣ କରାଯାଇଥିଲା ।

   Related Posts