କାର୍‌ରୁ ଆପତ୍ତିଜନକ ଅବସ୍ଥାରେ ଧରାପଡିଲେ ପୋଲିସ ଅଫିସର ଏବଂ ପୂର୍ବତନ ଫୁଟବଲ ଖେଳାଳିଙ୍କ ପତ୍ନୀ

Published By : Prameya-News7 Bureau | January 19, 2020 IST

ସ୍କଟଲାଣ୍ଡ ୧୯।୧: ବିବାହିତ ସିନିୟର ପୋଲିସ ଅଫିସର ପାର୍କିଂରେ ଛିଡା ହୋଇଥିବା କାର୍ ରେ ଜଣେ ଫୁଟବଲ ଖେଳାଳିଙ୍କ ପତ୍ନୀଙ୍କ ସହ ଶାରିରୀକ ସଂପର୍କ ରଖିଛନ୍ତି । ଏଭଳି ଘଟଣା ପ୍ରଘଟ ହେବା ପରେ ୪୯ ବର୍ଷ ବୟସ୍କ ପୋଲିସ ଅଫିସର ଗରେଥ ବ୍ଲେୟରଙ୍କୁ ସସପେଣ୍ଡ କରାଯାଇଛି । ଏଭଳି ଘଟଣା ବ୍ରିଟେନ୍ ଏଡିନବର୍ଗ ହର୍ସିଷ୍ଟନରେ ଘଟିଛି । ଏଡିନବର୍ଗ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି । ଅଫିସରଙ୍କୁ ଦଣ୍ଡ ମଧ୍ୟ ଦିଆଯାଇପାରେ ।

{"id":213233,"sizeSlug":"large"}

ସରକାରୀ ଓକିଲଙ୍କ କହିବା ଅନୁସାରେ ପୋଲିସ ଅଫିସର ଏବଂ ସଂପୃକ୍ତ ମହିଳା ଆପତ୍ତିଜନକ ଅବସ୍ଥାରେ ଧରାପଡିଥିଲେ । ସଂପୃକ୍ତ ମହିଳା ହେଉଛନ୍ତି ଇଂଲଣ୍ଡର ପୂର୍ବତନ ଫୁଟବଲ ଖେଳାଳି ଲି ମକେଲଙ୍କ ପତ୍ନୀ କ୍ଲେୟର ମକେଲ । ତାଙ୍କ ବୟସ ୪୧ ବର୍ଷ । ସଂପୃକ୍ତ ପୋଲିସ ଅଫିସରଙ୍କ ବିରୋଧରେ ସର୍ବସାଧାରଣ ସ୍ଥାନରେ ଶାରିରୀକ ସଂପର୍କ ରଖିବା ଅଭିଯୋଗ ଲଗାଯାଇଛି । ପୂର୍ବରୁ ମଧ୍ୟ ସଂପୃକ୍ତ ଅଫିସରଙ୍କ ବିରୋଧରେ ଦୁଇ ଦୁଇ ଥର ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ ଆଚରଣ କରିବାର ଅଭିଯୋଗ କହିଛି । ସ୍କଟଲ୍ୟାଣ୍ଡ ଏଲିଟ କ୍ରାଇମ୍ ସ୍କ୍ବାର୍ଡ ମୁଖ୍ୟ ଥିଲେ ।

ସଂପୃକ୍ତ ମହିଳା ତାଙ୍କ ସ୍ବାମୀ ଲି ମକେଲଙ୍କଠାରୁ ଅଲଗା ହୋଇଯାଇଥିଲେ । ସଂପୃକ୍ତ ପୋଲିସ ଅଫିସରଙ୍କ ସହ ସଂପର୍କ ରଖୁଥିଲେ । ଘଟଣା ପରେ ମହିଳାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି । କୋର୍ଟ ଏହି ମାମଲାରେ ପୋଲିସ ଇନଭେସଟିଗେସନ ଆଣ୍ଡ୍ ରିଭ୍ୟୁ କମିଶନରଙ୍କୁ ଅଫିସରଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିନିୟର ପୋଲିସ ଅଫିସରଙ୍କ ବିରୋଧରେ ଏଭଳି ଅଭିଯୋଗ ହୋଇଥିବାରୁ ତାଙ୍କୁ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.