ସାକେତ୍ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହେଲେ କେଜରିୱାଲଙ୍କ ପତ୍ନୀ, ଗତ ମଙ୍ଗଳବାର ମିଳିଥିଲା ପଜିଟିଭ ରିପୋର୍ଟ

Published By : Prameya-News7 Bureau | April 30, 2021 IST

ନୂଆଦିଲ୍ଲୀ ୩୦।୪:  ରାଷ୍ଟ୍ରୀୟ ରାଜଧାନୀରେ କରୋନା ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି। ପରିସ୍ଥିତି ଏପରି ହୋଇଛି କୋଭିଡ-୧୯ ପରୀକ୍ଷଣ କରିଥିବା ପ୍ରତି ପଞ୍ଚମ ସଂକ୍ରମିତ  ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥିରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନୀତା କେଜରିୱାଲ ବି ବାଦ ପଡି ନାହାନ୍ତି। ସୁନିତାଙ୍କ କୋଭିଡ ପରୀକ୍ଷଣ ରିପୋର୍ଟ ଗତ ମଙ୍ଗଳବାର ମିଳିଥିଲା। ଏଥିରେ ସେ କୋଭିଡ ପଜିଟିଭ ଥିବା ଜଣାପଡିଥିଲା। ଏଣୁ ପତ୍ନୀଙ୍କ ଲାଗି ନିଜେ ଅରବିନ୍ଦ କେଜରିୱାଲ ମଧ୍ୟ ନିଜକୁ କ୍ୱାରେଣ୍ଟାଇ  କରିଥିଲେ।

{"id":446714,"width":835,"height":624,"sizeSlug":"large","linkDestination":"none"}

ଶୁକ୍ରବାର ସୁନୀତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରୁ ତାଙ୍କୁ ସାକେତସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀରେ ଏବେ ଆକ୍ଟିଭ କେସ୍ ସଂଖ୍ୟା ପ୍ରାୟ ୧ ଲକ୍ଷକୁ ପହଞ୍ଚିଛି। ପ୍ରତି ପଞ୍ଚମ ସଂକ୍ରମିତ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଏଣୁ ହସ୍ପିଟାଲମାନଙ୍କରେ ଶଜ୍ଜା ଆବଶ୍ୟକତା ବଢିବଢି ଚାଲିଥିବା ବେଳେ ଏବେ ୧୯ ହଜାର ୨୪୩ ଜଣ ଚିକିତ୍ସିତ ହେଉଛନ୍ତି। ଯେଉଁମାନଙ୍କ ମଧ୍ୟରୁ ୧୫ ହଜାର ଲୋକେ ଅକ୍ସିଜେନ ସପୋର୍ଟରେ ଅଛନ୍ତି।

{"id":446715,"width":837,"height":628,"sizeSlug":"large","linkDestination":"none"}

ଦିଲ୍ଲୀରେ ଗତ ମାର୍ଚ୍ଚ ୨୯ ତାରିଖ ବେଳକୁ ବିଭିନ୍ନ ହସ୍ପିଟାଲରେ ୧ ହଜାର ୪୬୮ ଜଣ କୋଭିଡ ସଂକ୍ରମିତ ଚିକିତ୍ସିତ ହେଉଥିଲେ। ହେଲେ ମାସକରେ ରାଜଧାନୀର  ହସ୍ପିଟାଲରେ ଚିତ୍ର ବଦଳି ଯାଇଛି। ବିଶେଷଜ୍ଞଙ୍କ ଅନୁସାରେ କରୋନା ଦ୍ୱିତୀୟ ଲହରରେ ସଂକ୍ରମିତ  ରୋଗୀଙ୍କ ଫୁସପୁସକୁ ଭୂତାଣୁ ୩ରୁ ୪ ଦିନରେ ପ୍ରଭାବିତ କରୁଛି। ଏଣୁ ଅକ୍ସିଜେନ ଲାଗି ହସ୍ପିଟାଲରେ ରୋଗୀଙ୍କ ଭିଡ ବଢୁଛି। ଏଣୁ ସାମାନ୍ୟ ଜ୍ୱର ଅଥବା କାଶ ହେଲେ ନିଜକୁ ସଂକ୍ରମିତ ମନେ କରି ତୁରନ୍ତ ଆଇସୋଲେସନ ହେବା ସହ ପରୀକ୍ଷଣ କରାଇ ନେବା ଦରକାର ବୋଲି ଚିକିତ୍ସକ   ପରାମର୍ଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.