Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ନିହାରିକା ମର୍ଡର କେସ୍‌ ଷ୍ଟାଇଲରେ ମାରିଦେବାକୁ ଧମକ ଦେଉଥିଲେ ଅବିନାଶ, ମୃତ୍ୟୁ ପଛର କାରଣ ସମ୍ପର୍କରେ ପତ୍ନୀ କହିଲେ ଏମିତି…

14/10/2019 at 4:38 PM

ଭୁବନେଶ୍ୱର୧୪୧୦ – ଭିଏସ୍‌ଏସ୍‌ ନଗରରରେ ଅବିନାଶ ପାଇକରାୟଙ୍କୁ କେହି ପିଟି ପିଟି ହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ବର୍ଷେ ତଳେ କୋର୍ଟ ମ୍ୟାରେଜ୍‌ କରିଥିବା ଅବିନାଶଙ୍କ ପତ୍ନୀଙ୍କ ସହ ସମ୍ପର୍କ ଠିକ୍‌ ନଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅବିନାଶଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଥାନାରେ ମାମଲା ରୁଜୁ ହୋଇଛି ।

ହେଲେ ମୃତ ଅବିନାଶଙ୍କ ପତ୍ନୀ ଅଲଗା କଥା କହୁଛନ୍ତି । ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଦେଇଥିବା ପ୍ରତିକ୍ରିୟା ଅନୁସାରେ ଅବିନାଶଙ୍କୁ କେହି ହତ୍ୟା କରି ନାହାନ୍ତି ବଂର ସେ ନିଜେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପତ୍ନୀ କହିଛନ୍ତି। ଅବିନାଶ ଥରେ ୟୁନିଭରସିଟି କ୍ୟାମ୍ପସ ମଧ୍ୟରେ ତାଙ୍କ ବେକରେ ବ୍ଲେଡ୍‌ ଲଗାଇ ଦେଇଥିଲେ । ତାଳପଦେଶ୍ୱରୀ ମନ୍ଦିର ନିକଟରେ ନିହାରିକା ମର୍ଡର କେସ୍‌ର ଉଦାହରଣ ଦେଇ ସେ ବ୍ଲେଡ୍‌ ଲଗାଦେଇଥିବା ତାଙ୍କ ପତ୍ନୀ କହିଛନ୍ତି । ସେ ଅନେକ ସମୟରେ ନିହାରିକା ମର୍ଡର କେସ୍‌ର ଉଦାହରଣ ଦେଇ ସେପରି କରିବେ ବୋଲି କହୁଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି ।

ଅବିନାଶ ସନ୍ଦେହୀ ପ୍ରକୃତିର ଓ ବାରମ୍ବାର ତାଙ୍କୁ ସନ୍ଦେହ କରନ୍ତି । ତାଙ୍କ ଫୋନ୍‌ରକୁ ଯାଞ୍ଚ କରନ୍ତି ବୋଲି କହିଛନ୍ତି ତାଙ୍କ ପତ୍ନୀ । କାହା ସାଙ୍ଗରେ କଥା ହେଲେ ରାଗନ୍ତି, ବାରମ୍ବାର ମୋବାଇଲର ଲୋକେସନ୍‌ ପ୍ରୁଫ୍‌ ପଠାଇବା ପାଇଁ କହିଥାଆନ୍ତି ବୋଲି ସେ କହିଛନ୍ତି ।ସେ ସବୁ ବେଳେ ତାଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବା ପାଇଁ ଉଦ୍ୟମ କରନ୍ତି । ଫୋନ୍‌ ଛଡାଇ ନେଇ ସବୁ କିଛି ଫଟୋ ଓ କଥା ଡିଲିଟ୍‌ କରି ଦିଅନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମୃତ ଅବିନାଶଙ୍କ ପତ୍ନୀ ଷ୍ଟେଟ୍‌ ଆର୍କାଇଭ୍‌ରେ ରିସର୍ଚ୍ଚ କରନ୍ତି । ଅବିନାଶ ରାଜ୍ୟ ସଂଗ୍ରାହଳୟରେ ଅସ୍ଥାୟୀ ଭାବେ ଚାକିରି କରୁଥିଲେ । ରାଜ୍ୟ ସଂଗ୍ରାହଳୟରେ ଦୁଇ ଜଣଙ୍କ ମଧ୍ୟରେ ପ୍ରଥମେ ଦେଖା ସାକ୍ଷାତ ହୋଇଥିଲା । ଏହି ଦେଖାସାକ୍ଷାତ ପରବର୍ତ୍ତୀ ସମୟରେ ପ୍ରେମରେ ରୂପାନ୍ତରିତ ହୋଇଥିଲା । ପରସ୍ପରକୁ ନିବିଡଭାବେ ଭଲ ପାଉଥିବାରୁ ବର୍ଷେ ତଳେ ସେମାନେ କୋର୍ଟ ମ୍ୟାରେଜ୍‌ କରିଥିଲେ । ମାତ୍ର କେବେବି ଦୁଇ ଜଣ ଏକାଠି ଗୋଟେ ଛାତ ତଳେ ରହିନାହାନ୍ତି କି ଏକାଠି ହୋଇ ନାହାନ୍ତି ବୋଲି ତାଙ୍କ ପତ୍ନୀ କହିଛନ୍ତି ।
ଅବିନାଶ ଓ ତାଙ୍କ କୋର୍ଟ ମ୍ୟାରେଜ୍‌କୁ ଅବିନାଶଙ୍କ ମାଆ ସୀକୃତି ଦେଉ ନଥିଲେ । ତାଙ୍କ ପୁଅର ମନ୍ଦିରରେ କିମ୍ବା ପାରମ୍ପରିକ ରୀତି ନୀତି ଅନୁସାରେ ବାହା ହେବ ଓ ମୁଣ୍ଡରେ ଦୁବ ଚାଉଳ ପଡିବ ବୋଲି ସେ କହୁଥିଲେ । ଏଥିପାଇଁ ଦୁଇଜଣ ଏକାଠି ହୋଇ ପାରୁନଥିବା ସେ କହିଛନ୍ତି ।

ମାତ୍ର ଏଠାରେ ବି ଅନେକ ପ୍ରଶ୍ନବାଚୀ । ଅବିନାଶଙ୍କ ପତ୍ନୀ କହୁଥିବା ଅନୁସାରେ ନିଜେ ନିଜକୁ ଲୁହାରଡ୍‌ରେ ପିଟି ହୋଇ ମରିବା କଣ ସମ୍ଭବ ? ତା ଛଡା ଅବିନାଶ କାହିଁକି ମୁଣ୍ଡରେ ରଡ୍‌ ପିଟି ହୋଇ ମରିବେ ? ଏହା ତଦନ୍ତ ସାପେକ୍ଷ ନିଶ୍ଚୟ । ଅବିନାଶଙ୍କ ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଥାନାରେ ମାମଲା ରୁଜୁ କରିଛନ୍ତି । ସେମାନେ ତାଙ୍କ ପୁଅକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏବେ ପୁଲିସ ତଦନ୍ତ ଚାଲିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଅନେକ ତଥ୍ୟ ଉନ୍ମୋଚିତ ହୋଇ ପାରିବ । ମୃତ ଅବିନାଶଙ୍କ ପତ୍ନୀଙ୍କ ଏଭଳି ବୟାନ ଓ ଯୁକ୍ତିକୁ ପୋଲିସ ମଧ୍ୟ ସନ୍ଦେହରେ ଦେଖୁଛି ।

   Related Posts