ଯୁବ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ଶ୍ବଶୁର

Published By : Prameya-News7 Bureau | February 09, 2019 IST

କାଶୀପୁର ୯|୨: ଯୁବ କଂଗ୍ରେସ ବିଧାନସଭା ନିର୍ବାଚନମଣ୍ଡଳିର ଅଧ୍ୟକ୍ଷ ଆଫତାବ ଆଲାମ ଅନସାରୀଙ୍କ ପତ୍ନୀ ତାଙ୍କ ଶ୍ବଶୁରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କ ଶ୍ବଶୁର ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଶ୍ବଶୁର ଏବଂ ନଣନ୍ଦଙ୍କ ସହ ଅନ୍ୟମାନଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମହିଳାଙ୍କ ସୂଚନା ଅନୁସାରେ ଗତ ୫ ତାରିଖରେ କିଛି କାମରେ ତାଙ୍କ ସ୍ବାମୀ ମୁମ୍ବାଇ ଯାଇଥିଲେ । ମହିଳା ଜଣଙ୍କ ତାଙ୍କ ରୁମ୍ ରେ ଏକା ଥିଲେ । ଏହାର ସୁଯୋଗ ନେଇ ତାଙ୍କ ଶ୍ବଶୁର ଗୟାସୁଦ୍ଦୀନ ଅଂସାରୀ ତାଙ୍କ ରୁମ୍ କୁ ଆସି ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ତାଙ୍କ ପୋଷାକ ଟଣା ଓଟରା କରିଥିଲେ । ପାଟିତୁଣ୍ଡ ଶୁଣି ତାଙ୍କ ଝିଅ ତଥା ମହିଳାଙ୍କ ନଣନ୍ଦ ତାଙ୍କ ରୁମ୍ କୁ ଆସିଥିଲେ । ଶ୍ବଶୁର ତାଙ୍କ ମନ୍ଦ ଉଦ୍ଦେଶ୍ୟରେ ସଫଳ ହୋଇପାରିନଥିଲେ । ଫଳରେ ସେ ତାଙ୍କୁ ପୋଡି ମାରିଦେବାକୁ ଧମକ ଦେଇଥିଲେ । ଏହାସହ ସେ ଯଦି ଘରୁ ବାହାରକୁ ବାହାରନ୍ତି ତେବେ ତାଙ୍କୁ ଘରକୁ ଆସିବାକୁ ଦେବେନାହିଁ ବୋଲି ମଧ୍ୟ କହିଥିଲେ । ଯଦି ସେ ଘରକୁ ଫେରନ୍ତି ତେବେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।

ସୂଚନା ଅନୁସାରେ ୧୧ବର୍ଷ ପୂର୍ବେ ମେଧାଓ୍ବାଲା ନିବାସୀ ମହମ୍ମଦ ଉମରଙ୍କ ଝିଅ ରୁଷି ଜଂହାଙ୍କ ବିବାହ ମୋହଲ୍ଲା ଗୁଜୁରାତିୟାନ ଭୁତପୁରୀ ନିବାସୀ ଯୁବ କଂଗ୍ରେସ ବିଧାନସଭା ନିର୍ବାଚନମଣ୍ଡଳିର ଅଧ୍ୟକ୍ଷ ଆଫତାବ ଆଲାମ ଅନସାରୀଙ୍କ ସହ ହୋଇଥିଲା । ଉଭୟଙ୍କର ପ୍ରେମ ବିବାହ କରିଥିଲେ । ସେତେବେଳେ ମହିଳାଙ୍କ ବାପା ଯଥା ସମ୍ଭବ ଜିନିଷପତ୍ର ତାଙ୍କ ଝିଅକୁ ଦେଇଥିଲେ । ମାତ୍ର ଏବେ ତାଙ୍କ ଶ୍ବଶୁର ୧୦ଲକ୍ଷ ଟଙ୍କା ଦେବାପାଇଁ ଦାବି କରୁଛନ୍ତି । ଏହି ଘଟଣା ପୂର୍ବରୁ ମଧ୍ୟ ତାଙ୍କ ଶ୍ବଶୁର ତାଙ୍କ ସହ ଅନେକ ଥର ଖରାପ ବ୍ୟବହାର ପ୍ରଦର୍ଶନ ମଧ୍ୟ କରିଥିବା ମହିଳା ଜଣଙ୍କ ପ୍ରକାଶ କରିଛନ୍ତି । ତାଙ୍କ ନଣନ୍ଦ ମଧ୍ୟ ତାଙ୍କୁ ମାରପିଟ୍ କରୁଥିଲେ ।

ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.