Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମଦ ହେଲା କାଳ : ସ୍ତ୍ରୀକୁ କାଠ ଫାଳିଆରେ ମାଡ ମାରି ହତ୍ୟା କଲା ସ୍ବୀମୀ, ଅଭିଯୁକ୍ତ ଥାନାରେ ଅଟକ

15/03/2020 at 4:31 PM

ଜୟପୁର ୧୫।୦୩: ମଦ ପିଇ ସ୍ୱାମୀର  ଉନ୍ମକ୍ତ କାଣ୍ଡ। ନିଶା ଶକ୍ତ ହୋଇ ପ୍ରଥମେ ସ୍ତ୍ରୀ ସହ ପାଟି ତୁଣ୍ଡ , ପରେ ବଚଷା । ଶେଷରେ  ଏକ କାଠ ଫଳିଆରେ ସ୍ତ୍ରୀର ମୁଣ୍ଡ ଓ ବେକ ରେ ପ୍ରହାର କରି  ସ୍ତ୍ରୀ ର ଜୀବନ ନେଇଗଲା ସଇତାନ ସ୍ୱାମୀ।  କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ନୂଆଗୁଡା ଗାଁରେ ଘଟିଛି ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ବ କରିଛି ।

ଶନିବାର ବିଳମ୍ବିତ ରାତିରେ ନୂଆଗୁଡା ଗ୍ରାମରେ ନିଜ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ  । ଘଟଣାକୁ ନେଇ ବୋରିଗୁମ୍ମା ପୋଲିସ ଅଭିଯୁକ୍ତ ସ୍ୱାମୀ ମିନ ପୂଜାରୀକୁ ଅଟକ ରଖି ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ ଜାରି ରଖିଛି ।  ସେପଟେ ମୃତ ସ୍ତ୍ରୀ ଗୁରୁବାରୀ ଏବଂ ସ୍ୱାମୀ ମିନ ପୂଜାରୀ  ଉଭୟ ମଦ୍ୟ ପାନ କରି ଉଭୟଙ୍କ ମଧ୍ୟରେ ପ୍ରାୟତଃ ଗଣ୍ଡଗୋଳ ଲାଗି ରହୁଥିଲା । ଆଉ ରବିବାର ଦିନ ରାତିରେ  ଏହା ଉଗ୍ର ରୂପ ନେଇଁ ସ୍ତ୍ରୀ ଗୁରୁବାରୀ ପୂଜାରୀ ଙ୍କ ଜୀବନ ଯାଇଥିବା କହିଛନ୍ତି ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ। ଅନ୍ୟ ପଟେ  ଉଭୟ ସ୍ୱାମୀ ,ସ୍ତ୍ରୀ ମଦ ପିଇ ସବୁ ବେଳେ ଝଗଡା ଝାଟି କରି ଆସୁଥିଲେ । ଆଉ ମଦ ପାଇଁ ହିଁ ଗୁରୁବାରୀ ପୂଜାରୀ ଙ୍କ ଜୀବନ ଗଲା ।ଯାହାଦ୍ୱାରା କି କୁନି କୁନି  ତିନି ଝିଅ ପୁଅ କୁ ଏବେ ମାଆ ଛେଉଣ୍ଡ କରିଦେଲା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

   Related Posts