ରାତିର ରାଗକୁ ଦିନରେ ସୁଝାଇଲା ସ୍ବାମୀ ଚନ୍ଦ୍ର: ଧାରୁଆ ଅସ୍ତ୍ରରେ ସ୍ତ୍ରୀଙ୍କୁ ଦେଲା ହାଣି

Published By : Prameya-News7 Bureau | June 24, 2020 IST

ଗୁଣୁପୁର୨୪/୬: ରାୟଗଡା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ରାଇଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ହତ୍ୟା କରିଛି ସ୍ଵାମୀ । ମୃତା ମହିଳା ହେଲେ କୁମାରୀ ସବର। ସୂଚନା ଅନୁଯାୟୀ ଯେ ଗତକାଲି ମୃତା କୁମାରୀ ଶବର ଓ ସ୍ଵାମୀ ଚନ୍ଦ୍ର ଶବର ମଧ୍ୟରେ କୌଣସି ଏକ କାରଣରୁ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ରାତିରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କିନ୍ତୁ ସ୍ବାମୀ ଚନ୍ଦ୍ର ରାତିର ରାଗ ସୁଝାଇବା ଲାଗି ପୁଣି ଆଜି ସକାଳେ ସେହି ପୁରୁଣା କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ଵାମୀ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ସ୍ତ୍ରୀ କୁମାରୀ ଶବର ଟଳି ପଡିଥିଲେ । ହତ୍ୟା କରିବା ପରେ ସ୍ଵାମୀ ଫେରାର ହୋଇଥିଲା। ଏକ ବିଶେଷ ସୂତ୍ରରୁ ଖବର ପୋଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଜବତ କରିଛି। ଆଜି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.