Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ଅତ୍ୟାଚାର ସହି ପାରିଲାନି ସ୍ତ୍ରୀ : ସ୍ବାମୀର ମୁଣ୍ଡ ଗଣ୍ଡି କରିଦେଲା ଅଲଗା, ପୋଲିସ କଲା ଗିରଫ

29/05/2019 at 12:45 PM

ଲଖୀମପୁର ୨୯/୫: ଆସାମର ଲଖୀମପୁର ଜିଲ୍ଲାର ଧଲପୁରରେ ଜଣେ ମଦୂଆ ସ୍ବାମୀର ପ୍ରତିଦିନର ଅତ୍ୟାଚାରର ସହିନପାରି ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସ୍ତ୍ରୀ ,ସ୍ବାମୀର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଛି। ସ୍ବାମୀର କଟାମୁଣ୍ଡ ପ୍ଲାଷ୍ଟିକ୍ ଥଳୀରେ ଭର୍ତ୍ତି କରି ଥାନାକୁ ନେଇଯାଇଥିଲା। ପୋଲିସ୍ ଆଗରେ ଏହି ମହିଳା ଆତ୍ମସମର୍ପଣ କରିଥିଲେ। ଏହି ଲୋମହର୍ଷଣ ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ ନାରାୟଣପୁରର କଠଣୀ ମାଜଗାଁ ବାସିନ୍ଦା ବୁଧିରାମ ବରକଟକୀ ପ୍ରତିଦିନ ଭଳି ସେଦିନ ମଧ୍ୟ ମଦ ନିଶାରେ ଘରକୁ ଫେରିଥିଲା। ଘରେ ପହଞ୍ଚୁ ପହଞ୍ଚୁ ସ୍ତ୍ରୀ ଗୁନେଶ୍ବରୀ ବରକଟକୀ ସହ ଯୁକ୍ତିତର୍କ କରିଥିଲା। ନିଶାରେ ଚୁର ଥିବା ବୁଧିରାମ ସ୍ତ୍ରୀକୁ ମାରଧର ମଧ୍ୟ କରିଥିଲା। ଗୁନେଶ୍ବରୀ ମାଡ଼ ଖାଇବାବେଳେ ସ୍ବାମୀଠୁ କିପରି ମୁକ୍ତି ପାଇବ ସେକଥା ଚିନ୍ତା କରିଥିଲା। ଠିକ୍ ସେହି ସମୟରେ ଗୁନେଶ୍ବରୀ ଏକ କଟୁରୀ ଆଣି ସ୍ବାମୀ ମୁଣ୍ଡରେ ଜୋରଦାର ଆକ୍ରମଣ କରିଥିଲା। ଯାହା ଫଳରେ ସ୍ବାମୀର ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା। ଏହାପରେ ରକ୍ତ ଜୁଡ଼ୁବୁଡ଼ୁ କଟାମୁଣ୍ଡକୁ ପ୍ଲାଷ୍ଟିକ୍ ଥଳୀରେ ଭର୍ତ୍ତି କରି ଗୁନେଶ୍ବରୀ ଧଲପୁର ପୋଲିସ ଥାନା ପହଞ୍ଚି ଆତ୍ମସମର୍ପଣ କରିଥିଲା। ପୋଲିସ୍ ସ୍ବାମୀର ହତ୍ୟା ମାମଲାରେ ସ୍ତ୍ରୀକୁ ଗିରଫ କରିଛି।   

   Related Posts