Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ସ୍ବାମୀଙ୍କୁ ପିଟି ପିଟି ହତ୍ୟା କଲା ସ୍ତ୍ରୀ: ପ୍ରେମିକ ପ୍ରେମରେ ଅନ୍ଧ ହୋଇଗଲା ସ୍ତ୍ରୀ

22/01/2020 at 10:51 PM

ବ୍ରହ୍ମପୁର୨୨/୧: ପତିହନ୍ତା ସାଜିଲା ସ୍ତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଶଦର ଥାନା ଅନ୍ତର୍ଗତ ସୁକୁଣ୍ଡା ଗ୍ରାମରେ। ପ୍ରେମିକ ସହ ମିଶି ଷଡଯନ୍ତ୍ର ରଚିଥିଲା ସ୍ତ୍ରୀ। ସ୍ତ୍ରୀ ନିଜ ସ୍ବାମୀକୁ ଯୋଜନାବଦ୍ଧ ଭାବେ  ହତ୍ୟା କରିଥିବା ଅଭିଯୋଗରେ ଗ୍ରାମବାସୀ ଶବକୁ ଅଟକ ରଖିଥିଲେ। ଅନ୍ୟପଟେ ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ସୁଚନା ମୁତାବକ ସୁକୁଣ୍ଡା ଗ୍ରାମର ପ୍ରଫୁଲ୍ଲ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗତକାଲି ତାଙ୍କ ସ୍ତ୍ରୀ ପିଟି ପିଟି ହତ୍ୟା କରିବା ପରେ ଗୁରୁତର ଅବସ୍ଥାରେ ଦୁର୍ଘଟଣାର ରୂପ ଦେଇ ମେଡିକାଲରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ତାଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରିଥିଲେ । 

ପୋଲିସ୍‌ର ସୂଚନା ମୁତାବକ ପ୍ରଫୁଲ୍ଲଙ୍କ ଶବ ବ୍ଯବଚ୍ଛେଦରୁ ଜଣାପଡ଼ିଥିଲା ଯେ ତାଙ୍କୁ ହତ୍ୟା କରାଯାଇଛି। ବର୍ତ୍ତମାନ ସ୍ତ୍ରୀ ଓ ତାର ପ୍ରେମିକକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ୍‌।

   Related Posts