ନୂଆଦିଲ୍ଲୀ୨୨/୧୧: ଅଗ୍ନୀକୁ ସାକ୍ଷୀ ରଖି ସାତ ଜନ୍ମ ସାଥୀ ହୋଇ ରହିବା ପାଇଁ କଥା ଦେଇଥିବା ପତ୍ନୀ ଆଜି ନିଜ ସ୍ବାମୀଙ୍କୁ ହତ୍ୟା କରି ରୋଷେଇ ଘରେ ପୋତି ଦେଇଛି। ପତ୍ନୀଙ୍କ ଅବୈଧ ସଂପର୍କ ବିଷୟରେ ସ୍ବାମୀ ଜାଣିବା ପରେ ପତ୍ନୀ ରକ୍ତମୁଖା ହୋଇ ଏଭଳି ଘଟଣା ଘଟାଇଛି। ଅଭିଯୁକ୍ତ ପତ୍ନୀ ସ୍ବାମୀଙ୍କ ଶବକୁ ରୋଷେଇ ଘରେ ଯେଉଁ ସ୍ଥାନରେ ପୋତି ଥିଲା ଠିକ୍ ସେହି ସ୍ଥାନରେ ମାସେ ହେଲା ରୋଷେଇ କରୁଛି। ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାର କରୋନ୍ଦୀ ଗାଁରେ ଏଭଳି ଘଟଣା ଘଟିଛି।
{"id":188098,"width":577,"height":537,"sizeSlug":"large"}ପୋଲିସର ସୂଚନା ଅନୁସାରେ କରୋନ୍ଦୀ ଗାଁର ବାସିନ୍ଦା ମହେଶ ଏକ ମାସ ହେଲା ନିଖୋଜ ଥିଲେ। ଚଳିତ ବର୍ଷ ଅକ୍ଟୋବର ମାସ ୨୨ ତାରିଖରେ ସ୍ବାମୀ ନିଖୋଜ ରିପୋର୍ଟ ଅଭିଯୁକ୍ତ ପତ୍ନୀ ଥାନାରେ ଦେଇଥିଲା। କିନ୍ତୁ ମୃତ ମହେଶଙ୍କ ଭାଇ ଅର୍ଜୁନ ପୋଲିସଙ୍କୁ ଅଲଗା ସୂଚନା ଦେଇଥିଲେ। ସେ କହିଥିଲେ ଯେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ଲାଗୁଥିଲେ। ତେଣୁ ପାରିବାରିକ କଳହକୁ କେନ୍ଦ୍ରକରି ତାଙ୍କ ଭାଇର କିଛି ହୋଇଥାଇ ପାରେ ବୋଲି ଅର୍ଜୁନ ସନ୍ଦେହ କରିଥିଲେ। ମୃତ ମହେଶଙ୍କ ବଡ଼ ଭାଇଙ୍କ କଥା ଅନୁସାରେ ପୋଲିସ ତାଙ୍କ ଘରେ ପହଞ୍ଚିଥିଲେ।
{"id":188099,"width":582,"height":506,"sizeSlug":"large"}ମୃତ ମହେଶଙ୍କ ପତ୍ନୀଙ୍କ ରୋଷେଇ ଘରୁ ଦୁର୍ଗନ୍ଧ ବାହାରୁଥିଲା। ପୋଲିସ ଅଭିଯୁକ୍ତ ପତ୍ନୀଙ୍କୁ କିଛି ନ ଜଣାଇ ରୋଷେଇ ଘର ଭିତରକୁ ପଶିଯିବାରୁ ସବୁ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ଅଭିଯୁକ୍ତ ପତ୍ନୀ ନିଜ ସ୍ବାମୀଙ୍କୁ ହତ୍ୟା କରିଥିବା କଥା ପୋଲିସ ସାମ୍ନାରେ ସ୍ବୀକାର କରିଥିଲା। ମାଟି ଖୋଳି ଶବକୁ ପୋଲିସ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ଅନ୍ୟପଟେ ଅଭିଯୁକ୍ତ ପତ୍ନୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।