ପରକୀୟା ପ୍ରୀତି ; ସ୍ବାମୀଙ୍କୁ ମିଶି ହତ୍ୟାକଲେ ମହିଳା ଓ ତାଙ୍କ ପ୍ରେମିକ,ଚାକରି ନାଁରେ ଘରୁ ପଳେଇଆସି ହୋଟେଲରେ ରଖୁଥିଲେ ଶାରୀରିକ ସଂପର୍କ

Published By : Prameya-News7 Bureau | March 30, 2019 IST

ଚଣ୍ଡିଗଡ଼ ୩୦/୩- ପରକୀୟା ପ୍ରୀତି ନେଲା ଆଉ ଏକ ଜୀବନ । ପ୍ରେମିକ ସହ ମହିଳାଙ୍କୁ ସ୍ଵାମୀ ଦେଖିନେବା ପରେ ଉଭୟ ମିଶିକଲେ ହତ୍ୟା ।

ଏହି ଘଟଣା ଚଣ୍ଡିଗଡ଼ର ଚଣ୍ଡିମନ୍ଦିର ମାର୍ଗରେ ଘଟିଥିବା ସୂଚନା । ଶ୍ୟାମା ପ୍ରବୀଣା ନାମକ ଜଣେ ମହିଳାଂକୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ମହିଳାଙ୍କ ପ୍ରେମିକ ଫେରାର ଥିବା ଜଣାଯାଇଛି ।

ଶ୍ୟାମା ପ୍ରବୀଣା ନିଜ ପ୍ରେମିକ ସହ ଶାରୀରିକ ସଂପର୍କ ରଖିବାକୁ ପ୍ରତ୍ୟେକଦିନ ଘରୁ ପଳେଇଆସୁଥିଲେ । ଘରୁ ଆସିବା ବେଳେ ପିଜିଆଇରେ ଚାକିରି କରୁଥିବା କଥା କହୁଥିଲେ । ସ୍ଵାମୀ ଇସଲାମ ମହିଳାଙ୍କୁ ବିରୋଧ କରି ପାରୁ ନଥିଲେ । କାରଣ ଇସଲାମ ଏକ ପ୍ରାଇଭେଟ କଂପାନୀରେ ଚାକିରୀ କରୁଥିଲେ । ତାଙ୍କର ସ୍ଵଳ୍ପବେତନରେ ପରିବାର ଚଳିପାରୁ ନଥିଲା । ସେଥିପାଇଁ ତାଙ୍କ ସ୍ତ୍ରୀ ଘର ଚଳାଉଥିଲା । ଫଳରେ ଚାକିରି କରିବା କଥା କହି ଶ୍ୟାମା ଘରୁ ଆସି ବି ବିରୋଧ କରୁ ନଥିଲେ ।

ନାରାୟଣଗଡ଼ରେ ରହୁଥିବା ଇସଲାମ ସେଦିନ ତାଙ୍କ ସ୍ତ୍ରୀ ସହିତ ଅନ୍ୟଜଣେ ଯୁବକ ବୁଲୁଥିବାର ଦେଖିଥିଲେ ।  ତା ପରେ ସେମାନେ ଏକ ହୋଟେଲକୁ ଯାଇଥିଲେ । ଇସଲାମ ଫୋନ କରିବା ପରେ ଶ୍ୟାମା ଅଫିସରେ ଅଛି ବୋଲି କହିଥିଲା ।ହୋଟେଲରୁ ବାହାରି   ଶ୍ୟାମା ସେହି ଯୁବକଙ୍କ ବାଇକରେ ବସି ରିସୋର୍ଟ ଏରିଆର ପଛପାଖ ଏକ ପୋଖରୀ କୂଳକୁ ଯାଇଥିଲେ । ଇସଲାମ ଏହିସବୁ ଘଟଣା ପ୍ରତି ନଜର ରଖିଥିଲା । ସେହି ରିସୋର୍ଟ ଏରିଆ ପଛପାଖ ପୋଖରୀ ପାଖରେ ଯୁବକଙ୍କ କୋଳରେ ତାଙ୍କ ସ୍ତ୍ରୀ ବସିଥିବା ଦେଖି ରାଗ ମୁଣ୍ଡକୁ ଚଢ଼ିଯାଇଥିଲା । ସେ ଶ୍ୟାମାକୁ ଗାଲକୁ ଚଟକାଣୀ ମାରିବା ସହ ଚୁଟି ଘୋଷାରି ମାଡ଼ ମାରିଥିଲେ ।

ଏହି ଘଟଣାରେ ପ୍ରେମିକ ଓ ଶ୍ୟାମା ମିଶି ଇସଲାମର ତଣ୍ଟିଚିପି ହତ୍ୟା କରିଥିଲେ । ତା ପରେ ସେମାନେ ସେଇଠି ଫୋପାଡ଼ି ଦେଇଆସିଥିଲେ । ପରଦିନ ସକାଳେ ଶବ ପଡ଼ିଥିବା କିଛିଦୂରରେ ବାଇକଟିଏ ଥିବାକଥା ପୋଲିସକୁ ସୂଚନା ଦେଇଥିଲେ ।

ପୋଲିସ ଏହି ଘଟଣାରେ ଶ୍ୟାମାକୁ ଡ଼ାକି ଜେରା କରିଥିଲା । ସେ ଏବାବଦରେ କିଛି ଜାଣି ନାହିଁ ବୋଲି ସଫେଇ ଦେଇଥିଲା । ଶ୍ୟାମାଙ୍କ ହାତ ଖଣ୍ଡିଆ ହୋଇଥିବା ଦେଖି ପୋଲିସ ପଚାରିବା ପରେ ଚୁଡ଼ିଭାଙ୍ଗି ଏମିତି ହୋଇଛି ବୋଲି କହିଥିଲା । ସେଦିନ ଶ୍ୟାମାଙ୍କୁ ପୋଲିସ ଛାଡ଼ିଦେଇଥିଲା  ।

ଏହି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଧରିବାକୁ ଶ୍ୟାମାର ମୋବାଇଲ ଟ୍ରାକ କରିଥିଲା ପୋଲିସ । ଏହି ଟ୍ରାକରୁ ସବୁ ସୁରାକ ପାଇଯାଇଥିଲା ପୋଲିସ । ଶ୍ୟାମାକୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ପୁରୁଷବନ୍ଧୁକୁ ଧରିବାକୁ ଛାନଭିନ୍ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.