ଦମ୍ପତ୍ତିଙ୍କୁ ଧକ୍କା ଦେଲା ଟ୍ରକ୍ : ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

Published By : Prameya-News7 Bureau | October 02, 2021 IST

ଖୋର୍ଦ୍ଧା ୨।୧୦: ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ଚାପାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା-ବାଟମଙ୍ଗଳା ଓଭରବ୍ରିଜରେ ଘଟିଛି ଦୁର୍ଘଟଣା । ସ୍କୁଟିରେ ଭୁବନେଶ୍ବରରୁ ଡିଙ୍ଗର ଅଭିମୁଖେ ଆସୁଥିବା ବେଳେ ଦମ୍ପତ୍ତିଙ୍କ ଟ୍ରକ୍ ଧକ୍କା ଦେଇଛି । ଟ୍ରକ୍ ଚାପାରେ ମହିଳାଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ମହିଳାଙ୍କ ସ୍ବାମୀ ଗୁରୁତର ହୋଇଛନ୍ତି ।  ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.