Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଭାଲୁ ମାରିବାକୁ ବିଛା ଯାଇଥିଲା ବିଦ୍ୟୁତ ତାର : ସଂସ୍ପର୍ଶରେ ଆସି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

28/09/2021 at 3:03 PM

ମାଲକାନଗିରି ୨୮।୯: ଭାଲୁ ମାରିବା ଲାଗି ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସ୍ବାମୀ ଗୁରୁତର ହୋଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଶିଖାଲି ପଞ୍ଚାୟତରେ ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ସଦର ଥାନା ଅନ୍ତର୍ଗତ ପାଲକୋଣ୍ଡା ଗ୍ରାମର ଦେବା ମାଢି ଏବଂ ତାଙ୍କ ସ୍ତ୍ରୀ ଉରେ ମାଢି ପ୍ରତିଦିନ ଗାଁ ନିକଟସ୍ଥ ଜଙ୍ଗଲରୁ ଶୁଖିଲା କାଠ ସଂଗ୍ରହ କରି ଏମଭି ୧୭ ଗ୍ରାମର କୃଷ୍ଣ ଦେବନାଥଙ୍କ ମିକ୍ସର କାରଖାନାକୁ ବିକ୍ରି କରିବା ଲାଗି ନିଅନ୍ତି । ମଙ୍ଗଳବାର ସକାଳେ କାଠ ନେଇ ମିକ୍ସର କାରଖାନା ଭିତରେ ପଶିଲା ବେଳକୁ ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ଉରେ ମାଢି । ତାଙ୍କୁ ଛଟପଟ ହେବା ଦେଖି ସ୍ବାମୀ ଦେବା ମାଢି ତାଙ୍କୁ ଛଡାଇବାକୁ ଯାଇଥିଲେ । ହେଲେ କିଛି ସମୟ ପରେ ଉରେ ମାଢିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦେବା ସେଠାରେ ଅଚେତ ଅବସ୍ଥାରେ ପଡି ରହିଥିଲେ । ପରେ ଗାଁ ଲୋକେ ଖବର ପାଇଁ ଉଭୟଙ୍କୁ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ଉରେଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଦେବାଙ୍କ ଚିକିତ୍ସା ଚାଲିଛି । ଗାଁ ଲୋକେ ମାଲକାନଗିରି ଥାନାରେ ଏତଲା ଦେବା ପରେ ଘଟଣାରୁ ଜଣାପଡିଛି ଯେ, ଏମ.ଭି. ୧୭ ଗ୍ରାମର କୃଷ୍ଣ ଦେବନାଥ ଭାଲୁକୁ ମାରିବା ଲାଗି ତାଙ୍କ ମିକ୍ସର କାରଖାନା ଚାରିପରେ ବିଦ୍ୟୁତ ତାର ବିଚ୍ଛାଇଥିଲେ ।  ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଗାଁ ଲୋକେ କ୍ଷତିପୂରଣ ଦାବି କରିଛନ୍ତି ।

   Related Posts