Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ମାତାଲ ସ୍ବାମୀ ପାଲଟିଗଲା ରାକ୍ଷସ : ସ୍ତ୍ରୀକୁ ପିଟି ପିଟି ମାରିଦେଲା, ଗିରଫ କଲା ପୋଲିସ

6/06/2020 at 3:53 PM

କେନ୍ଦୁଝର ୬।୬: କେନ୍ଦୁଝରରେ ମଦ୍ୟପ ସ୍ଵାମୀର ଉନ୍ମତ୍ତକାଣ୍ଡ । ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ସହରର ସନ୍ତରାପୁର ଅଞ୍ଚଳରେ ଘଟିଛି ଏଭଳି ଘଟଣା । ପୋଲିସ ମୃତଦେହ ଜବତ କରିବା ସହ ହତ୍ୟାକାରୀ ସ୍ଵାମୀ ବାବୁଲି ପ୍ରଧାନକୁ ଗିରଫ କରି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ସାନ୍ତରାପୁର ସାହିରେ ରହୁଥିବା ବାବୁଲି ପ୍ରଧାନ ରଙ୍ଗ ମସ୍ତ୍ରୀ ଦ୍ଭାବରେ କାମ କରନ୍ତି । ସେ ସବୁଦିନ ଭଳି ଶୁକ୍ରବାର ରାତିରେ ମଧ୍ୟ ପ୍ରଚୁର ମଦ୍ୟପାନ କରି ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ସ୍ତ୍ରୀ ମଞ୍ଜୁ ପ୍ରଧାନ ସହ ଖାଇବାକୁ ନେଇ ଝଗଡା କରି ତାଙ୍କୁ ପିଟି ପିଟି ମାରିଦେଇ ଏକ କନ୍ଥାରେ ଗୁଡାଇ ଘରେ ରଖି ଦେଇଥିଲେ । ପୋଲିସ ଖବର ପାଇ ଘର ଭିତରୁ  ମୃତଦେହ ଜବତ କରିବା ସହ ହତ୍ୟାକାରୀ ସ୍ଵାମୀ ବାବୁଲି ପ୍ରଧାନକୁ ଗିରଫ କରି ତଦନ୍ତ ଜାରି ରଖିଛି । ବାବୁଲିକୁ ନିଶାଶକ୍ତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଲିସ ଆଣି ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

   Related Posts