Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଘରେ ଶୋଇଥିବା ବେଳେ ଓଲଟିପଡିଲା ଧାନ ଡୋଲି : ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

25/01/2021 at 10:43 AM

ଆନନ୍ଦପୁର ୨୫।୧: ଓଲଟିଲା ଧାନ ଡୋଲି । ଫଳରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି । ଆନନ୍ଦପୁର ଥାନା ବାହିଆବାରଦଣ୍ଡା ଗାଁରେ ଘଟିଛି ଅଘଟଣ ।

ସୂଚନାଯୋଗ୍ୟ ଯେ, ଆନନ୍ଦପୁର ଥାନା ବାହିଆବାରଦଣ୍ଡା ଗାଁରେ ସ୍ବାମୀ-ସ୍ତ୍ରୀ ରାତିରେ ଘରେ ଶୋଇଥିବା ସମୟରେ ସେହି ଘରେ ଥିବା ଧାନ ଡୋଲି ଓଲଟି ପଡିଥିଲା । ଫଳରେ ଡୋଲି ତଳେ ଚାପିହୋଇ ରହିଥିଲେ ସ୍ବାମୀ ମାଗୁଆ ହୋ ଓ ସ୍ତ୍ରୀ ଜୀନା । ପରିବାର ଲୋକେ ଓ ପଡୋଶୀଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ସ୍ତ୍ରୀକୁ ମୃତ ଘୋଷଣା କରିଥିବାବେଳେ ଗୁରୁତର ସ୍ବାମୀ ଏବେ ଚିକିତ୍ସିତ ହେଉଛନ୍ତି ।

   Related Posts