ଚଳନ୍ତା ଟ୍ରେନରୁ କପଡା ବଦଳାଇବାକୁ ଯାଇ ନିଖୋଜ ହୋଇଥିଲେ ପତ୍ନୀ, ଅଢ଼େଇ ମାସ ପରେ ପ୍ରେମିକ ଘରୁ ଉଦ୍ଧାର

Published By : Prameya-News7 Bureau | September 24, 2021 IST

ଝାଡଖଣ୍ଡ ୨୪/୦୯ : ମୌର୍ଯ୍ୟ ଏକ୍ସପ୍ରେସରେ ନିଜ ସ୍ୱାମୀଙ୍କ ସହ ରାଞ୍ଚିରୁ ନିଜ ଶ୍ୱଶୁର ଘର ଲକ୍ଷୀସରାୟକୁ ଯାଉଥିବା ମହିଳାଙ୍କ ମଳିଛି ଠିକଣା । ତାଙ୍କୁ କେହି ଅପହରଣ କରିନଥିବା ଜଣାପଡ଼ିଛି । ସେ ନିଜ ସ୍ୱାମୀଙ୍କୁ ଛାଡି ପ୍ରେମିକଙ୍କ ପାଖକୁ ଗୋରଖପୁର ଚାଲିଯାଇଥିଲେ । ଧନବାଦ ରେଲଓ୍ୱେ ପୋଲିସ ତାଙ୍କୁ ଗୋରଖପୁରରୁ ଉଦ୍ଧାର କରି ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ବନ୍ଧୁ ପରିଜନ ସିଏମ ହେମନ୍ତ ସୋରେନଙ୍କୁ ନିବେଦନ କରିବା ପରେ ତଦନ୍ତ ହେବାରୁ ପୋଲିସ ତାଙ୍କୁ ଖୋଜି ବାହାର କରିଥିଲା ।

ଜୁଲାଇ ୧୨ ତାରିଖ ରାତିରେ ମୌର୍ଯ୍ୟ ଏକ୍ସପ୍ରେସର ଧନବାଦ ଷ୍ଟେସନରେ ପହଞ୍ଚିବା ପରେ କପଡ଼ା ବଦଳେଇବା ପାଇଁ କହି ଟୟେଲେଟ୍ ଯାଇଥିଲେ ସ୍ତ୍ରୀ । ଏହା ପରେ ସେ ଆଉ ଫେରି ନଥିଲେ । ଏନେଇ ମହିଳାଙ୍କ ସ୍ୱାମୀ ଧନବାଦ ରେଳ ପୋଲିସ ପାଖରେ ମାମଲା ରୁଜୁ କରିଥିଲେ । ମହିଳାଙ୍କ ସ୍ୱାମୀ ଲକ୍ଷୀସରାୟ ବାସିନ୍ଦା ଅଜିତ କୁମାର ଚାରି ପାଞ୍ଚ ଜଣ ସହ ଯାତ୍ରୀଙ୍କ ଉପରେ ତାଙ୍କ ପତ୍ନୀଙ୍କୁ ଅପହରଣ କରିବାର ଅଭିଯୋଗ କରିଥିଲେ । ଯେତେବେଳେ ମହିଳାଙ୍କ ପରିବାର ଲୋକ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଥିଲେ ସେତେବେଳେ ପୋଲିସ ମହିଳାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ ।

ବାହାଘର ପରେ ଫେସବୁକରେ ବଢିଥିଲା ଭଲପାଇବା
ଏହି ମହିଳାଙ୍କ ବିବାହ ୨୦୧୯ରେ ଏକ କମ୍ପାନୀରେ ସେଲ୍ସମ୍ୟାନ ଭାବେ କାମ କରୁଥିବା ଅଜିତଙ୍କ ସହ ଭେଟ ହୋଇଥିଲା । ବାହାଘର ପରେ ସ୍ୱାମୀ ତାଙ୍କୁ ଶ୍ୱଶୁର ଘରକୁ ନେଇ ନଥିଲେ । ଏହି ସମୟରେ ସମ୍ପୃକ୍ତା ମହିଳାଙ୍କର ଫେସବୁକରେ ଜଣେ ପୁଅ ସହିତ ପରିଚୟ ହୋଇଥିଲା । ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ବଢ଼ିଥିଲା । ପ୍ରଥମଥର ପାଇଁ ସ୍ୱାମୀ ତାଙ୍କୁ ନେଇ ଶ୍ୱଶୁର ଘରକୁ ଯାଉଥିଲେ । ମହିଳାଙ୍କ ପ୍ରେମିକ ଏହା ଜାଣିପାରିଥିଲେ । ମହିଳା ଧାନବାଦ ଷ୍ଟେସନ୍ ରୁ ବାହାରି ବସ୍ ରେ ବାରଣାସୀ ଯାଇଥିଲେ ।

ସେଠାରୁ ସେ ତାଙ୍କ ପ୍ରେମିକଙ୍କ ପାଖକୁ ଗୋରଖପୁର ଚାଲି ଯାଇଥିଲେ । ତାଙ୍କ ପ୍ରେମସମ୍ପର୍କ ବିଷୟରେ ତାଙ୍କ ପରିବାର ଲୋକ ମଧ୍ୟ ଲୋକ ଜାଣିଥିଲେ । ସେଥିପାଇଁ ସେ ଶ୍ୱଶୁର ଘରକୁ ଯିବା ସମୟରେ ତାଙ୍କ ମୋବାଇଲ ରୁ ସିମକାର୍ଡ ଖୋଲି ନିଆଯାଇଥିଲା । କିନ୍ତୁ ମହିଳା ଜଣକ ୱାଇଫାଇ ଦ୍ୱାରା ହ୍ୱାଟସଆପରେ ତାଙ୍କ ପ୍ରେମିକଙ୍କ ସହିତ ସମ୍ପର୍କରେ ଥିଲେ । କେବଳ ମୋବାଇଲ ଲୋକେସନ ଆଧାରରେ ପୋଲିସ ମହିଳାଙ୍କ ପାଖରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.