ସ୍ବାମୀଙ୍କ ସହ ଯାଇଥିଲେ ମନ୍ଦିର , ସେଇଠି ହଜିଗଲେ ସ୍ତ୍ରୀ : ଥାନାରେ ଅଭିଯୋଗ ପରେ ଚର୍ଚ୍ଚା
3/02/2020 at 2:43 PM

ଭଦ୍ରକ ୩/୧: ମନ୍ଦିରକୁ ଯାଇ ଘରକୁ ଫେରିଲେନି ସ୍ତ୍ରୀ। ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ କାଳିମେଘା ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା । ସ୍ୱାମୀ ଓ ସ୍ତ୍ରୀ ମନ୍ଦିର ବୁଲିବାପାଇଁ ଯାଇଥିଲେ । ସ୍ତ୍ରୀ ପରିଶ୍ରା ଯିବାକୁ କହି ଯାଇଥିଲା । ଏତେ ସମୟ ଧରି ସ୍ତ୍ରୀ ନଆସିବା ସ୍ବାମୀ ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ସ୍ତ୍ରୀଙ୍କ ଫୋନକୁ ଫୋନ କରିବାକୁ ତାଙ୍କ ଫୋନ ସ୍ବିଚ ଅଫ ଆସୁଛି । ବହୁ ଖୋଜା ଖୋଜି ପରେ ସ୍ୱାମୀ ଥାନାରେ ଏତଲା ଦେଲେ ଯେ ତାଙ୍କ ସ୍ତ୍ରୀଙ୍କୁ ଅପହରଣ କରାଯାଇଛି । ନହେଲେ ତାଙ୍କ ସ୍ତ୍ରୀ କାହା ସହ ପଳାଇ ଯାଇଥାଇପାରନ୍ତି ବୋଲି ଥାନା ରେ ଏତଲା ହୋଇଛି। ଏନେଇ ଭଦ୍ରକ ଟାଉନ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

ଅଭିଯୋଗ ଅନୁଯାୟୀ କାଲିମେଘା ଗାଁର ଅମୂଲ୍ୟ ଗ୍ରହାଚାର୍ଯ୍ୟ ଓ ତାଙ୍କ ସ୍ତ୍ରୀ ଦିପାଞ୍ଜଳୀ ଉଭୟ ଭଦ୍ରକସ୍ଥିତ ଦକ୍ଷିଣକାଳୀ ମନ୍ଦିର ଯାଇଥିଲେ । ଉଭୟ ପୂଜାର୍ଚ୍ଚନା କରିବା ପରେ ସ୍ତ୍ରୀ ଦିପାଞ୍ଜଳୀ ପରିସ୍ରା କରିବାକୁ କହି ବାହାରକୁ ଯାଇଥିଲେ । ତେବେ ଫେରିବା ବିଳମ୍ବ ହେବାର ଅମୁଲ୍ୟ ତାଙ୍କୁ ଫୋନ କରିଥିଲେ ହେଲେ ଦିପାଞ୍ଜଳୀଙ୍କ ମୋବାଇଲ୍ ବନ୍ଦ ଥିବାନେଇ ସନ୍ଦେହ ଉପୁଜିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଅମୁଲ୍ୟ ସ୍ତ୍ରୀଙ୍କୁ ବହୁ ଖୋଜାଖୋଜି କରିଥିଲେ ଓ ଫୋନ ଯୋଗେ ଦୀପାଞ୍ଜଳିଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ୬ ମାସ ତଳେ ଅମୁଲ୍ୟ ବୈଦିକ ରୀତିନୀତିରେ କୁବେରା ଗ୍ରାମର ଅମୁଲ୍ୟ ନାୟକଙ୍କ ଝିଅ ଦିପାଞ୍ଜଳୀଙ୍କୁ ବିବାହ କରିଥିଲେ । ବିବାହ ପରେ ପାରିବାରିକ ବିବାଦକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ହୋଇଥାଏ ବୋଲି ଥାନାରେ ଅଭିଯୋଗ ହୋଇଛି । ଦୀପାଞ୍ଜଳି ଗଲାବେଳେ ନଗଦ ୧୦ ହଜାର ଟଙ୍କା ସହିତ ପ୍ରାୟ ୩ ଲକ୍ଷ ଟଙ୍କାର ଅଳଙ୍କାର ନେଇଯାଇଥିବା ଅମୁଲ୍ୟ ଏତଲାରେ ଦର୍ଶାଇଛନ୍ତି ।