ନିଜ ସ୍ଵାମୀଙ୍କୁ ନଂପୁସକ କହି ସ୍ତ୍ରୀ ଛାଡ଼ପତ୍ର ମାଗିବା ଘଟଣା ପଡ଼ିଲା ମହଙ୍ଗା, ଅନ୍ୟପଟେ ସ୍ତ୍ରୀକୁ ଭୋଗିବାକୁ ପଡ଼ିଲା ଜେଲ୍

Published By : Prameya-News7 Bureau | January 06, 2019 IST

ଗୁଜରାଟ ୬/୧- ମହିଳାମାନଙ୍କୁ ନ୍ୟାୟଦେବାକୁ ଆଇନର ବ୍ୟବସ୍ଥା କଡ଼ାକଡ଼ି ଥିବାବେଳେ ପୁରୁଷଙ୍କୁ ବେଳେବେଳେ ଏହି ସଂରକ୍ଷଣର କୁପରିଣାମ ଭୋଗିବାକୁ ପଡ଼ିଥାଏ । ଏମିତି ଏକ ଅଭିଯୋଗ ଉତ୍ତର ଗୁଜୁରାଟରେ ଘଟିଛି । ଜଣେ ମହିଳା ଥାନାରେ ଏତାଲା ନିଜ ସ୍ଵାମୀ ବିରୋଧରେ ଦେଇ ଛାଡ଼ପତ୍ର ମାଗିବା ପଡ଼ିଛି ମହଙ୍ଗା ।

{"id":71073,"width":588,"height":292}

୨୨ ବର୍ଷ ବୟସ୍କ ମହିଳା ଥାନାରେ ନିଜ ସ୍ଵାମୀଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ । ତାଙ୍କ ସ୍ଵାମୀଜଣେ ନଂପୁସକ ପୁରୁଷ, ସେ ବୈବାହିକ ଜୀବନରେ ଶାନ୍ତି ଦେଇ ପାରୁନାହାଁନ୍ତି ବୋଲି ଏତାଲାରେ କହିଛନ୍ତି ।

ଯୁବକଙ୍କ ବାପା ଏହି ଘଟଣାରେ ପୋଲିସ ମଧ୍ୟସ୍ଥତାରେ ସମାଧାନ କରିଥିଲେ । ଏହି ସମାଧାନକୁ ମାନି ନଥିଲେ ବୋହୂ । ତାଙ୍କୁ ନ୍ୟାୟଦେବାର ପକ୍ଷପାତିତା ହୋଇଛି ବୋଲି କହି ଆତ୍ମହତ୍ୟାର ଧମକ ଦେଇଥିଲେ ।

{"id":71074,"width":586,"height":390}

ପୋଲିସ ମହିଳାଙ୍କ ମିଛ କାରସାଦୀ ଜାଣିପାରିଥିଲା । ମହିଳାଙ୍କ ସପକ୍ଷରେ ଏହି ମାମଲା ନ  ଯିବାରୁ ସେ ଓ ତାଙ୍କ ବାପା ଆତ୍ମହତ୍ୟାର ଧମକ ଦେଇଥିଲେ । ଏହି ଘଟଣାରେ ପୋଲିସ ମହିଳାଙ୍କୁ ଗିରଫ କରିଛି ଥରାଦ ପୋଲିସ । ତାଙ୍କୁ ଗିରଫ ପରେ ପାଳନପୁର ଉପକାରାଗରକୁ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.