‘ମୋ ସ୍ୱାମୀଙ୍କ ୱାର୍କ ଫ୍ରମ୍ ହୋମ୍ ବନ୍ଦ କର', କାରଣ ଜଣାଇ ବସ୍‌ଙ୍କୁ ଚିଠି ଲେଖିଲେ ପତ୍ନୀ

Published By : Prameya-News7 Bureau | September 13, 2021 IST

ନୂଆଦିଲ୍ଲୀ ୧୩/୦୯ : କରୋନା ଭାଇରସ୍ କେବଳ ଲୋକଙ୍କ ଜୀବନ ଶୈଳୀକୁ ବଦଳାଇ ଦେଇନାହିଁ ବରଂ କାର୍ଯ୍ୟ କରିବାର ଶୈଳୀକୁ ମଧ୍ୟ ବଦଳାଇ ଦେଇଛି। କରୋନା ଆରମ୍ଭ ହେବା ଦିନରୁ, ଲୋକମାନେ ଘରୁ ଅଫିସ୍ କାମ କରୁଛନ୍ତି। ନିକଟରେ ବିଜ୍‌ନେସ୍‌ ମ୍ୟାନ୍ ହର୍ଷ ଗୋଏଙ୍କା ସୋସିଆଲ ମିଡିଆରେ ଏକ ଆକର୍ଷଣୀୟ ଚିଠି ସେୟାର କରିଛନ୍ତି । ଯାହା ତାଙ୍କ ଅଫିସ୍‌ରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ପତ୍ନୀ ପଠାଇଛନ୍ତି। ଏଥିରେ କର୍ମଚାରୀଙ୍କ ପତ୍ନୀ ଦାବି କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ୱାର୍କ ଫ୍ରମ୍ ହୋମ୍ ବନ୍ଦ କରାଯାଇ ଅଫିସରୁ କାମ ଆରମ୍ଭ କରାଯାଉ। ସେ ଏଥିପାଇଁ ଅନେକ କାରଣ ଦେଇଛନ୍ତି।

wp:html /wp:html

ଏହି ଚିଠିକୁ ହର୍ଷ ଗୋଏଙ୍କା ଟ୍ୱିଟରରେ ସେୟାର କରିଛନ୍ତି। ଏଥିରେ କର୍ମଚାରୀଙ୍କ ପତ୍ନୀ ଲେଖିଛନ୍ତି, ଡିଅର୍ ସାର୍, ମୁଁ ଆପଣଙ୍କ କର୍ମଚାରୀ ମନୋଜଙ୍କ ପତ୍ନୀ। ମୁଁ ଆପଣଙ୍କୁ ନିବେଦନ କରୁଛି ଦୟାକରି ଆପଣ ମୋ ସ୍ୱାମୀଙ୍କ ୱାର୍କ ଫ୍ରମ୍ ହୋମ୍‌ ବନ୍ଦ କରି ଅଫିସରୁ କାମ କରାନ୍ତୁ। ସେ କରୋନା ଭ୍ୟାକ୍ସିନ୍‌ର ଉଭୟ ଡୋଜ୍ ନେଇ ସାରିଛନ୍ତି ଏବଂ କରୋନା ପ୍ରୋଟୋକଲର ସମ୍ପୂର୍ଣ୍ଣ ଧ୍ୟାନ ରଖୁଛନ୍ତି। ଯଦି ଏପରି ଆଉ କିଛି ଦିନ ୱାର୍କ ଫ୍ରମ୍ ହୋମ୍ ଜାରି ରହିବ ତେବେ ଆମ ବିବାହ ଭାଙ୍ଗିଯିବ।

ମହିଳା ଜଣଙ୍କ ଆହୁରି ଲେଖିଛନ୍ତି, ସେ ଦିନକୁ ଦଶଥର କଫି ପିଉଛନ୍ତି, ବିଭିନ୍ନ ରୁମ୍‌ରେ ରହୁଛନ୍ତି ଏବଂ ସବୁକିଛି ଖରାପ କରି ରଖୁଛନ୍ତି। ଏହା ବ୍ୟତୀତ ସେ ବାରମ୍ବାର ଖାଦ୍ୟ ମାଗୁଛନ୍ତି। ମୁଁ ତାଙ୍କୁ କାମ ସମୟରେ ଶୋଉଥିବାର ଦେଖୁଛି। ମୋର ଦୁଇଟି ପିଲା ଅଛନ୍ତି ଯାହାଙ୍କ ଯତ୍ନ ମୋତେ ନେବାକୁ ପଡିବ। ଦୟାକରି,ମୋତେ ସାହାଯ୍ୟ କରନ୍ତୁ।

ଏହି ମଜାଦାର ଚିଠିକୁ ସେୟାର କରି ହର୍ଷ ଗୋଏଙ୍କା ଲେଖିଛନ୍ତି, ‘ମୁଁ ଏହା ଉପରେ କିପରି ପ୍ରତିକ୍ରିୟା କରିବି ଜାଣି ନାହିଁ।‘ ଚିଠିଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଅନେକ ୟୁଜର୍ ନିଜକୁ ଏହା ସହ ଯୋଡି ଦେଖୁଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, ବାସ୍ତବରେ ଏହା କିଛି ଲୋକଙ୍କ ପାଇଁ ଏକ ସମସ୍ୟା ହୋଇଯାଇଛି। କେବଳ ଏତିକି ନୁହେଁ, ଲୋକମାନେ ଚିଠିକୁ ନେଇ ବିଭକ୍ତ ହୋଇଥିବା ଦେଖାଯାଇଛି। କିଛି ଲୋକ ମନୋଜଙ୍କୁ ସମର୍ଥନ କରୁଥିବାବେଳେ କିଛି ଲୋକ ମନୋଜଙ୍କ ପତ୍ନୀଙ୍କୁ ସମର୍ଥନ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.