Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ହନିମୁନରୁ ଫେରି କରୋନା ସଂକ୍ରମିତ ସ୍ୱାମୀଙ୍କୁ ଛାଡି ଚାଲିଗଲେ ପତ୍ନୀ, ତା’ପରେ…

14/03/2020 at 6:51 PM

ବେଙ୍ଗାଲୁରୁ, ୧୪|୦୩:  କରୋନା ଭାଇରସକୁ ନେଇ ସାରା ବିଶ୍ୱ ଥରହର ହେଉଛି। ଏଥିରେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ୭୩ଜଣ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି। ସେହିପରି ୨ଜଣ ପ୍ରାଣ ହରାଇଥିବା ମଧ୍ୟ ଖବର ମିଳିଛି। ତେବେ ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ ହନିମୁନରୁ ଫେରିଥିବା ପତ୍ନୀ ତାଙ୍କୁ ଛାଡି ନିଜ ଘରକୁ ପଳାଇଛନ୍ତି।

ଇଟାଲିରୁ ହନିମୁନ ସାରି ଫେରିଥିବା ପତିଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କ ପତ୍ନୀ ତାଙ୍କୁ ଛାଡି ଆଗ୍ରା ଚାଲିଯାଇଥିଲେ। ତେବେ ମହିଳାଙ୍କୁ ମଧ୍ୟ ଡାକ୍ତରମାନେ ଆଇସୋଲେସନରେ ରଖିଥିଲେ। କିନ୍ତୁ ମହିଳା ପ୍ରଥମେ ଦିଲ୍ଲୀ ଓ ପରେ ଆଗ୍ରା ଚାଲିଯାଇଥିଲେ। ଫଳରେ ଡାକ୍ତରଙ୍କ ଚିନ୍ତା ବଢିଯାଇଥିଲା। ତେବେ ମହିଳା ମଧ୍ୟ ଜଣେ ସନ୍ଦିଗ୍ଧ କରୋନା ସଂକ୍ରମିତ। ସେ ଫ୍ଲାଇଟ୍ ଓ ଟ୍ରେନରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତରମାନେ ସନ୍ଦେହ କରୁଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ଏହା ଜାଣିବା ପରେ ତଦନ୍ତ ଆରମ୍ଭ କରି ମହିଳାଙ୍କ ଆଗ୍ରାସ୍ଥିତ ବାସଭବନରେ ପହଁଚିଥିଲା। ମହିଳାଜଣଙ୍କ ନେଡିକାଲ ଯିବାକୁ ରାଜି ନହେବାରୁ ପୋଲିସର ସହାୟତା ମଧ୍ୟ ନିଆଯାଇଥିଲା। ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀରେ ମହିଳାଙ୍କ ବିବାହ ହୋଇଥିଲା। ଏହାପରେ ପତି ଓ ପତ୍ନୀ ଉଭୟ ହନିମୁନ ପାଇଁ ଇଟାଲି ଯାଇଥିଲେ।

   Related Posts