Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

କୁକୁର ବନ୍ଧା ଚେନ୍‌ରେ ପତ୍ନୀଙ୍କ ତଣ୍ଟିଚିପି ହତ୍ୟା କଲା ସ୍ବାମୀ: ୨ ମାସ ପୂର୍ବରୁ କରିଥିଲେ ପ୍ରେମ ବିବାହ

30/10/2020 at 9:33 AM

ଭୋପାଳ୩୦/୧୦: ପ୍ରେମ ବିବାହର ମାତ୍ର ୨ ମାସ ପରେ ପତ୍ନୀଙ୍କ ତଣ୍ଟିଚିପି ହତ୍ୟା କଲା ସ୍ବାମୀ। ବନ୍ଧୁତା ଆରମ୍ଭ ହୋଇଥିଲା ପ୍ରେମ। ପରେ ଏକାଠି ରହିବେ ବୋଲି କଥା ନିଆ-ଦିଆ ହୋଇଥିଲେ। ଏମିତି କଣ ହେଳା ଯେ, କୁକୁର ବନ୍ଧା ଚେନ୍‌ରେ ପତ୍ନୀଙ୍କ ତଣ୍ଟିଚିପି ହତ୍ୟା କଲା ସ୍ବାମୀ। ମଧ୍ୟପ୍ରଦେଶ ଇନ୍ଦୋରରେ ଏହି ଅଭାବନୀୟ ଘଟଣା ଘଟିଛି।

ଲକ୍‌ଡାଉନ୍‌ ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ଅଗଷ୍ଟରେ ଉଭୟଙ୍କ ବାହାଘର ହୋଇଥିଲା। ତେବେ ବିବାହର ମାତ୍ର ୨ ମାସ ପରେ ଅର୍ଥାତ୍‌ ଅକ୍ଟୋବରରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଗତ ମଙ୍ଗଳବାର ଦିନ ଏହି ବିବାଦ ଏତେ ଉଗ୍ରରୂପ ଧାରଣ କରିଥିଲା ଯେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ ଓ ଏହାପରେ ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ।

ଇନ୍ଦୋରର ସଂୟୋଗୀତାଗଞ୍ଜ ଥାନା ଅନ୍ତର୍ଗତ ଜାଭରା କମ୍ପାଉଣ୍ଡ୍‌ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହକୁ ନେଇ ସ୍ୱାମୀ ଛୁରୀରେ ପତ୍ନୀଙ୍କୁ ହତ୍ୟା କରିଥିବା ପ୍ରାଥମିତ ତଦନ୍ତରୁ ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଜଣକ ପ୍ରଥମେ କୁକୁର ବନ୍ଧା ଚେନ୍‌ରେ ପତ୍ନୀଙ୍କ ଗଳା ଚିପି ହତ୍ୟା କରିବାକୁ ପ୍ରୟାସ କରିଥିଲେ। ଏଥିରେ ସେ ବିଫଳ ହେବାରୁ ଛୁରୀ ସାହାଯ୍ୟରେ ପତ୍ନୀଙ୍କୁ ହତ୍ୟା କରିଥିଲେ। ଏହାପରେ ଅଭିଯୁକ୍ତ ସ୍ୱାମୀ ନିଜେ ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ।

ସୂଚନା ଥାଉକି ଯୁବତୀ ଜଣକ ସମ୍ପୃକ୍ତ ବ୍ୟକ୍ତିଙ୍କ କମ୍ପାନୀରେ କାମ କରୁଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିଲା ଓ ଅଗଷ୍ଟରେ ବିବାହ କରିଥିଲେ। ବିବାହର ମାତ୍ର ୨ ମାସ ପରେ ବ୍ୟକ୍ତି ଜଣକ ପତ୍ନୀଙ୍କୁ ହତ୍ୟା କରିଥିଲେ। ପୋଲିସ୍‌ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ସବୁ ଦିଗକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।

   Related Posts