Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||

ସ୍ତ୍ରୀକୁ ପିଟିପିଟି ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

12/08/2020 at 8:24 PM

ନୀଳଗିରି୧୨/୮: ନୀଳଗିରି ଥାନା ଅଧିନ ସିଆଡ଼ିମାଳ ପଞ୍ଚାୟତ ସୀତାପତିପୁର ଗାଁରେ ଜଣେ ଯୁବକ ନିଜ ସ୍ତ୍ରୀକୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ସୀତାପତିପୁର ଗ୍ରାମର ଗୁରୁମୋହନ ସିଂଙ୍କ ପୁଅ ଚନ୍ଦନ ସେହି ଗ୍ରାମର ଉମାକାନ୍ତ ବେହେରାଙ୍କ ଝିଅ ସୁଭଦ୍ରାଙ୍କୁ ୮ ବର୍ଷ ପୂର୍ବେ ଭଲପାଇ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ପୂର୍ବରୁ ଚନ୍ଦନ ତାଙ୍କ ସ୍ତ୍ରୀକୁ ନିର୍ଯ୍ୟାତନା ଦେବାସହ ମାଡ଼ ମାରୁଥିଲେ। ପୂର୍ବରୁ ଏଭଳି ଘଟଣାକୁ ନେଇ ସୁଭଦ୍ରା ବାପ ଘରକୁ ପଳାଇ ଆସିବା ପରେ ଗାଁର ଭଦ୍ରଲୋକଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲା। ଗତକାଲି ସୁଭଦ୍ରାଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 ମୃତ ମହିଳାଙ୍କ ବାପ ଘର ଲୋକେ କହସ୍ପିଟାଲରେ ପହଁଞ୍ଚିବା ବେଳକୁ ତାଙ୍କ ଶ୍ୱଶୁର ଘର ଲୋକ ସେଠାରେ ନଥିବା ଦେଖି ସନ୍ଦେହ ବଢିଥିଲା। ତେବେ ତାଙ୍କ ଝିଅକୁ ଚନ୍ଦନ ତାଙ୍କ ପରିବାର ଲୋକଙ୍କ ସହ ମିଶି ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଥିଲା। ମୃତକଙ୍କ ଶରୀରରେ ମଧ୍ୟ କ୍ଷତ ଚିହ୍ନ ଥିବା ପରିବାର ଲୋକେ ଦାବି କରିଛନ୍ତି। ତେବେ ଥାନାରେ ଲିଖିତ ଅଭିଯୋଗ ପରେ ସ୍ବାମୀ ଚନ୍ଦନକୁ ଅଟକ ରଖାଯାଇଛି। ପୋଲିସ ମୃତଦେହର ପୋଷ୍ଟ ମର୍ଟମ କରିବା ସହ ତଦନ୍ତ ଚଳାଇଛି। ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

   Related Posts