Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ସ୍ୱାମୀଙ୍କୁ ଖାଦ୍ୟରେ ବଟିକା ଦେଇ ଅଚେତ କଲେ ପତ୍ନୀ, ତଣ୍ଟି ଚିପି ହତ୍ୟା କଲା ପ୍ରେମିକ, ଜାଣନ୍ତୁ ଅପରାଧୀ ଧରାପଡିଲେ କେମିତି

16/11/2019 at 9:01 PM

ଭାଗଲପୁର : ପଶ୍ଚିମବଙ୍ଗ ଡାୟମଣ୍ଡ ହାର୍ବର ପୋ ଷ୍ଟେସନର ମ୍ୟାନେଜର ନିର୍ମଳ କୁମାର ଶାହାଙ୍କ ହତ୍ୟାର ପର୍ଦ୍ଦାଫାସ କରିଛି ପୋଲିସ । ତାଙ୍କ ପତ୍ନୀ ସୋନାଲୀ ପ୍ରେମିକ ସହ ମିସି ତାଙ୍କୁ ହତ୍ୟା କରିଛି। ତଦନ୍ତରୁ ଏହା ଜଣାପଡିବା ପରେ ପୋଲିସ ଉଭୟଙ୍କୁ ଗିରଫ କରିଥିବା କହିଛି। ଗତ ୯ ତାରିଖ ଶନିବାର ରାତିରେ ସୋନାଲି ତାଙ୍କ ପ୍ରେମିକ ଅର୍ସଦ ସହ ମିସି ନିର୍ମଳଙ୍କୁ ହତ୍ୟା କରିଥିଲା ।

ମାମଲାର ତଦନ୍ତ ବେଳେ ପୋଲିସର ପ୍ରଥମ ସନ୍ଦେହ ସୋନାଲୀ ଉପରେ ହିଁ ଥିଲା। ଏଣୁ ପୋଲିସ ତାଙ୍କୁ ଅଟକରଖି ପଚରା ଉଚରା କରିବା ବେଳେ ହତ୍ୟାର ରହସ୍ୟ ଖୋଲିଛି। ଖଡଗପୁର ମନସୁରଟୋଲା ନିବାସୀ ଅର୍ସଦ ସହ ମିଶି ସୋନାଲୀ ସବୁଦିନ ଲାଗି ସ୍ୱାମୀ ନିର୍ମଳଙ୍କୁ ନିଜ ରାସ୍ତାରୁ ହଟାଇଦେଇଥିବା ଜଣାପଡିଛି । ସୋନାଲୀ ସୂଚନା ଅନୁସାରେ ପୋଲିସ ଅର୍ସଦକୁ ମଧ୍ୟ ଗିରଫ କରିଛି। ମାମଲାରେ ପୋଲିସ ସୋନାଲିର ଭାଇ ରାଜକୁମାରକୁ ମଧ୍ୟ ଗିରଫ କରିଥିଲା। ତେବେ ମାମଲା ସହ ତାର ସମ୍ପର୍କ ନଥିବା ସ୍ପଷ୍ଟ ହୋଇଯାଇଥିବା ବେଳେ ଏବେ ପୋଲିସ ତାକୁ ଛାଡିଦେବ ବୋଲି ଏସପି ଡା. ଭୋଲାନାଥ ପାଣ୍ଡେୟ କହିଛନ୍ତି।

ନିର୍ମଳଙ୍କ ହତ୍ୟା ଲାଗି ସୋନାଲୀ ପ୍ରେମିକ  ଅର୍ସଦ ସହ ମିଶି ଚୂଡାନ୍ତ ଯୋଜନା କରିଥିଲା। ଯୋଜନା ମୁତାବକ ସୋନାଲୀ ଗତ ଶନିବାର ସନ୍ଧ୍ୟା ଜଳଖିଆ ଓ ରାତି ଖାଇବାରେ ନିଶା ଔଷଧ ମିସାଇ ଦେଇଥିଲା। ଫଳରେ ଖାଇବା ପରେ ନିର୍ମଳ ଗଭିର ନିଦରେ ଶୋଇପଡିଥିଲା। ଘଟଣା ଦିନ ସୋନାଲିର ଭାଇ ରାଜକୁମାର ମଧ୍ୟ ଭଉଣୀଘରକୁ ଆସିଥିଲା। ଏଣୁ ଯୋଜନା ଯେପରି ବିଫଳ ନ ହୁଏ ସୋନାଲୀ ତାକୁ ମଧ୍ୟ ଖାଇବାରେ ନିଶା ଔଷଧ ଦେଇଦେଇଥିଲା। ରାଜକୁମାର ଶୋଇପଡିବା ପରେ ଅର୍ସଦ ଦ୍ୱାରା କାମ ବଢାଇଦେଇଥିଲା ସୋନାଲୀ।

ଅଚେତ ନିର୍ମଳଙ୍କୁ ତଣ୍ଟିଚିପି ମାରିବା ପରେ ଶବକୁ ନେଇ ଅର୍ସଦ ରାସ୍ତାରେ ଥିବା ନାଳରେ ଭସାଇ ପଳାଇଥିଲା। ଧରାପଡିଯିବା ଭୟରେ ଅର୍ସଦ କୋଲକାତା ଇକବାଲପୁର ଅଞ୍ଚଳରେ ଆତ୍ମଗୋପନ କରିଥିଲା। ତେବେ ସୋନାଲୀର ମୋବାଇଲ ଫୋନରୁ ଅର୍ସଦକୁ ଟ୍ରାକିଙ୍ଗ କରି ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି। ଉଭୟଙ୍କୁ କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

   Related Posts