ଘରୋଇ କଳିର କରୁଣ ପରିଣତି, ସ୍ତ୍ରୀର ଟାଙ୍ଗିଆ ଚୋଟରେ ଗଲା ସ୍ୱାମୀର ଜୀବନ

Published By : Prameya-News7 Bureau | November 09, 2021 IST

ବୌଦ୍ଧ, ୦୯/୧୧: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅଡେଣିଗଡ଼ ଗ୍ରାମରେ ଅଭାନୀବୟ ଘଟଣା ଘଟଛି । ସ୍ତ୍ରୀର ଟାଙ୍ଗିଆ ଚୋଟରେ ଗଲା ସ୍ୱାମୀର ଜୀବନ । ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ଅଡେଣିଗଡ଼ ଗ୍ରାମର ତରୁଣୀ ପ୍ରଧାନ ଓ ତାଙ୍କ ସ୍ତ୍ରୀ କୁନୁ ମୁଖୀ କୌଣସି ଏକ ଘଟଣାକୁ ନେଇ ବଚଷା ହୋଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ କୁନୁ ମୁଖୀ ଏକ ଧାରୁଆ ଅସ୍ତ୍ରରେ ସ୍ୱାମୀ ତରୁଣୀଙ୍କୁ ଆକ୍ରମଣ କରିଥିଲେ । ଫଳରେ ତରୁଣୀ ଘଟଣା ସ୍ଥଳରେ ରକ୍ତ ଜୁଡୁବୁଡୁ ହୋଇ ଅଚେତ ହୋଇ ତଳେ ପଡି ଯାଇଥିଲେ । ଖବର ପାଇ ଅଡେଣିଗଡ଼ ଫାଣ୍ଡି ପୋଲିସ ପହଂଚି ଗୁରୁତରକୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ହତ୍ୟାକାରୀ ସ୍ତ୍ରୀ ଘଟଣା ଘଟାଇ ଫେରାର ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.