Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ, ଆତ୍ମହତ୍ୟା ରୂପ ଦେବାକୁ ପୋଲରୁ ତଳକୁ ଫୋପାଡ଼ି ଦେଲେ ମୃତଦେହ

17/09/2020 at 9:49 PM

ଆଗ୍ରା ୧୭/୦୯:  ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲା ସ୍ତ୍ରୀ। ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହକୁ ବ୍ରିଜ୍ ଉପରୁ ତଳକୁ ଫୋପାଡ଼ିଲେ ସ୍ତ୍ରୀ ଓ ତାଙ୍କ ପ୍ରେମିକ। ଏହାସହ ହତ୍ୟା ପରେ ମୃତଦେହକୁ ପଥରରେ ପ୍ରହାର ମଧ୍ୟ କରାଯାଇଛି। ଏଭଳି ଏକ ଅମାନୁଷିକ କାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। ଆଗ୍ରାର ସିକନ୍ଦରା ପୋଲିସ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

୧୨ ସେପ୍ଟେମ୍ବର ବିଳମ୍ବିତ ରାତିର ମାମଲା। ଖବର ମିଳିଲା ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। ତଦନ୍ତ ପରେ ଜଣାପଡ଼ିଲା ମୃତ ଯୁବକଙ୍କ ନାଁ ଗୋଲାବ ସିଂହ । ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଛାନଭିନ ଆରମ୍ଭ କରିଥିଲା ପୋଲିସ । ପୋଲିସକୁ ତଦନ୍ତ କରିବାକୁ ସହଜ ହୋଇଥିଲା କାରଣ ମୃତକଙ୍କ ସ୍ତ୍ରୀ ଶ୍ବଶୁର ଘର ଲୋକଙ୍କ ନାଁରେ ଅନେକ ଥର ଅଭିଯୋଗ କରିଥିଲେ।

ତେବେ ଜଣେ ପୋଲିସ କର୍ମଚାରୀଙ୍କ ଅନୁସାରେ, ଗିରଫ ଅଭିଯୁକ୍ତ ସନି ଓ ଅଭିଯୁକ୍ତ ଅନୀତା ହିଁ ହତ୍ୟା କରିଛନ୍ତି। ଅନୀତାଙ୍କ ବିବାହ ୧୪ ବର୍ଷ ପୂର୍ବେ ନଗଲା ମୋହନଲାଲ ବାସିନ୍ଦା ଗୋଲାବ ସିଂହଙ୍କ ସହ ହୋଇଥିଲା। ଅନୀତା ଓ ଗୋଲାବ ସିଂହଙ୍କ ୩ଟି ପିଲା ମଧ୍ୟ ଅଛନ୍ତି। ଏହି ସମୟରେ ସନି ସହ ଅନୀତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପରେ ସନି ଅନୀତାଙ୍କ ଘର ପାଖରେ ଭଡ଼ା ନେଇ ରହିବାକୁ ଲାଗିଲା।

ପରେ ଦୁଇ ଜଣ ମିଶି ଗୋଲାବଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ ୧୨ ସେପ୍ଟେମ୍ବର ବିଳମ୍ବିତ ରାତିରେ ଫୋନ କରି ସନିକୁ ଡାକିଥିଲେ ଅନୀତା। ଅନୀତା ସ୍ବାମୀ ଗୋଲାବଙ୍କ ଗୋଡ ବାନ୍ଧି ଦେଇଥିଲେ ଏବଂ ସନି ଏହି ସମୟରେ ତାଙ୍କୁ କାବୁ କରିନେଇଥିଲା। ସନି, ଗୋଲାବ ସିଂହଙ୍କ ତଣ୍ଟି ଚିପ ଦେଇଥିଲା। ବେହୋସ ହୋଇଯାଇଥିଲେ ଗୋଲାବ ସିଂହ। ଏହାକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ସନି ଓ ଅନୀତା ଗୋଲାବ ସିଂହଙ୍କୁ ନେଇ ମୋହନଲାଲରେ ଥିବା ଏକ ନିର୍ମାଣଧୀନ ପୋଲରୁ ତଳକୁ ଫୋପାଡ଼ି ଦେଇଥିଲେ। ପରେ ଗୋଲାବ ସିଂହଙ୍କ ମୁଣ୍ଡକୁ ପଥରରେ ଛେଚି ପକାଇଥିଲେ ବୋଲି ପୋଲିସ କହିଛି ।  

   Related Posts