ପରକୀୟା ପ୍ରେମ ସନ୍ଦେହରେ ସ୍ତ୍ରୀ ଓ ସ୍ତ୍ରୀର ପୁରୁଷ ବନ୍ଧୁଙ୍କୁ ହତ୍ୟା କରିବାପରେ ଶ୍ବଶୁର ଘରକୁ ଫୋନ୍ କରି କୈଳାସ କହିଥିଲା – 'ମାରିଦେଲି ତମ ଝିଅକୁ'

Published By : Prameya-News7 Bureau | February 12, 2019 IST

ବାଲେଶ୍ବର୧୨|୨: ବାଲେଶ୍ବରରେ ଡବଲ ମର୍ଡର । ରାଣୀପାଟଣା ବ୍ୟାଙ୍କ କଲୋନୀରେ ଘର ଭିତରୁ ମିଳିଲା ଜଣେ ମହିଳା ଓ ପୁରଷଙ୍କ ମୃତଦେହ । ଉଭୟଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ଅଭିଯୁକ୍ତ ଜଣକ ମୃତ ମହିଳାଙ୍କ ସ୍ବାମୀ  । ପତ୍ନୀର ପରକୀୟା ସମ୍ପର୍କକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟାଇଥିବା ସ୍ବିକାର କରିଛି ଅଭିଯୁକ୍ତ ।

{"id":84281}

ବାଲେଶ୍ବରରେ ଡବଲ ମର୍ଡର । ପରକୀୟା ସମ୍ପର୍କକୁ ନେଇ ହତ୍ୟାକାଣ୍ଡ । ପତ୍ନୀ ଓ ତା’ର ପୁରୁଷ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିଛି ସ୍ବାମୀ । ବାଲେଶ୍ବର ରାଣୀ ପାଟଣା ବ୍ୟାଙ୍କ କଲୋନୀରେ କୈଳାଶ ସାହୁ, ତାଙ୍କ ପତ୍ନୀ ଲକ୍ଷ୍ମୀ ସାହୁ ରୁହନ୍ତି । ଏକ ସ୍ବେଚ୍ଛାସେବୀ ସଂଗଠନରେ କାର୍ଯ୍ୟ କରୁଥିବା ଲକ୍ଷ୍ମୀଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହିତ ଅନୈତିକ ସମ୍ପର୍କ ଥିବା କୈଳାସ ସନ୍ଦେହ କରୁଥିଲେ । ତେବେ ଗତକାଲି ରାତିରେ କୈଳାସଙ୍କ ଅନୁପସ୍ଥିତିରେ ଲକ୍ଷ୍ମୀ ତାଙ୍କ ପୁରୁଷ ବନ୍ଧୁ ସହ ଘର ଭିତରେ ଥିବାବେଳେ ଘରକୁ ଫେରିଥିଲେ କୈଳାସ । ଆଉ ଦୁହିଁକୁ ଏକାଠି ଦେଖିବା ପରେ ହିତାହିତ ଜ୍ଞାନ ଭୁଲି କୈଳାଶ ଏକ ଶାବଳରେ ଉଭୟଙ୍କୁ ପିଟି ପିଟି ହତ୍ୟା କରିଥିଲେ । ଏହା ପରେ ନିଜେ ଯାଇ ଟାଉନଥାନାରେ ଆତ୍ମ ସମର୍ପଣ କରିଥିଲେ କୈଳାଶ । ଲକ୍ଷ୍ମୀଙ୍କ ସହ ମରି ପଡ଼ିଥିବା ଯୁବକ  ରେମୁଣା ଥାନା ଦୁର୍ଗାଦେବୀ ଅଂଚଳର ପ୍ରଦୀପ କୁମାର ଦେ ବୋଲି ଜଣାପଡ଼ିଛି ।

{"id":84451}

କୈଳାସ ଓ ଲକ୍ଷ୍ମୀଙ୍କ ବାହାଘରକୁ ୧୪ବର୍ଷ ହେଲାଣି । ସେମାନଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ଅଛି । କିଛି ବର୍ଷ ପୂର୍ବରୁ କୈଳାସ ରୋଗଗ୍ରସ୍ତ ହୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳ ସେଇଠାରେ ହିଁ ଲକ୍ଷ୍ମୀ ଓ ପ୍ରଦୀପଙ୍କ ଭିତରେ ଦେଖା ହୋଇଥିଲା । ଆଉ ସେମାନଙ୍କ ଭିତରେ ଗଢ଼ିଉଠିଥିବା ଅନୈତିକ ସମ୍ପର୍କକୁ ବିରୋଧ କରି ଅନେକ ସମୟରେ ପାଟିତୁଣ୍ଡ କରୁଥିଲେ କୈଳାସ । ତେବେ ଗତକାଲି ରାତିରେ ଦୁହିଁଙ୍କୁ ଏକାଠି ଦେଖି ହତ୍ୟା କରିବା ପରେ ପ୍ରଥମେ ଶ୍ବଶୂର ଘରକୁ ଫୋନ୍‌ କରି ତମ ଝିଅକୁ ମାରି ଦେଇଛି ବୋଲି କହିଥିଲେ କୈଳାସ ।

{"id":84452}

ଏହି ହତ୍ୟା ଘଟଣାରେ ଏକାଧିକ ଲୋକଙ୍କ ହାତ ଥିବା କଥା ଲକ୍ଷ୍ମୀଙ୍କ ପରବାର ଲୋକ ସଂଦେହ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.