ପ୍ରେମିକକୁ ଫୋନରେ ଡ଼ାକି ଶାରୀରିକ ସଂପର୍କ ରଖିଲା ସ୍ତ୍ରୀ, ସ୍ଵାମୀ ବିରୋଧ କରିବାରୁ ପେଟରେ ଭୁଷିଦେଲା ଛୁରୀ

Published By : Prameya-News7 Bureau | January 02, 2019 IST

ନୂଆଦିଲ୍ଲୀ ୨/୧- ବୈବାହିକ ଜୀବନରେ ପରକୀୟା ପ୍ରେମର ପରିଣତି ସାଂଘାତିକ । ନୂଆଦିଲ୍ଲୀ ଗାଜିଆବାଦ ଶାଲୀମାର ଗାର୍ଡ଼େନରେ ଘଟିଛି ଅଭାବନୀୟ ଘଟଣା । ସ୍ଵାମୀ ବାହାରକୁ ଗଲାପରେ ସ୍ତ୍ରୀ ପ୍ରେମିକକୁ ଫୋନ କରି ଆସିବାକୁ କହିଛି । ପ୍ରେମିକ ଆସିବାପରେ ଶାରୀରିକ ସଂପର୍କ ରଖିଛି ସ୍ତ୍ରୀ । ଏହି ଘଟଣାକୁ ବିରୋଧ କରିବାରୁ ସ୍ଵାମୀ ପେଟରେ ଛୁରୀଭୁସି ଦେଇଛି ସ୍ତ୍ରୀ। ସ୍ବାମୀ ଏବେ ଗୁରୁତର ଅବସ୍ଥାରେ ହେଉଛି ଚିକିତ୍ସିତ ।

ସାହିବାବାଦ ଶାଲୀମାର ଗାର୍ଡ଼େନରେ ନିଜ ସ୍ତ୍ରୀ ସହ ରହୁଥିଲେ ଜଣେ ପ୍ରପର୍ଟି ଡ଼ିଲର । ଦୁଇବର୍ଷ ତଳେ ବିବାହ କରିଥିବା ପ୍ରପଟିଡ଼ିଲର କିଛିଦିନ ହେଲା ସ୍ତ୍ରୀକୁ କରୁଥିଲେ ସନ୍ଦେହ । ସେଥିପାଇଁ ସେ ନିଜ ମୋବାଇଲରେ  ଏକ ସଫଟଓ୍ଵେୟାର ଅପଲୋଡ଼ କରିଥିଲେ । ସେହି ସଫଟଓ୍ଵେୟାର ମାଧ୍ୟମରେ ନିଜ ସ୍ତ୍ରୀର ନମ୍ବର ଟ୍ରାକ୍ କରି ପ୍ରେମିକ ସହ କଥା ହେଉଥିବାର ଜଣିଥିଲେ ଯୁବକ ।

ଘଟଣାଦିନ ସଂଧ୍ୟାରେ ଯୁବକ କାମ ଅଛି ବୋଲି କହି ବାହାରକୁ ଯାଇଥିଲେ । ସେ ମଧ୍ୟ ଦୁଇଦିନ ପାଇଁ ଆସୁନାହାଁନ୍ତି ବୋଲି ସ୍ତ୍ରୀକୁ କହିଥିଲେ । ଏହି ମୌକାରେ ମହିଳା ହରିୟାଣାରେ ରହୁଥିବା  ପ୍ରେମିକକୁ ଫୋନକରି ଡ଼ାକିଥିଲେ ।

ପ୍ରେମିକ ଆସିବାପରେ ମହିଳା ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । କିନ୍ତୁ  ଜରୁରୀକାମରେ ଯାଇଥିବା ସ୍ଵାମୀ ହଠାତ ଚାଲିଆସିଥିଲେ । ନିଜ ସ୍ତ୍ରୀକୁ ଅନ୍ୟଜଣେ ପରୁଷସହ ଆପତ୍ତିଜନକ ଅବସ୍ଥାରେ ଦେଖି ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ସ୍ଵାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗିଥିଲା । ସ୍ଵାମୀ ଉତ୍ୟକ୍ତ ହୋଇ ମହିଳାଙ୍କୁ ଚାପଡ଼ା ମାରି ଶୋଇବାକୁ ଚାଲିଯାଇଥିଲେ ।

ରାତିରେ ସ୍ଵାମୀ ଶୋଇଥବା ଅବସ୍ଥାରେ ସ୍ଵାମୀଙ୍କ ପେଟରେ ଛୁରାମାଡ଼ କରିଥିଲେ । ସେହି ରାତିରେ ପ୍ରେମିକ ସହ ଘରଛାଡ଼ି ଚାଲିଯାଇଥିଲେ ।

ଗୁରୁତର ଅବସ୍ଥାରେ ସଂପର୍କୀୟମାନେ ଯୁବକଙ୍କୁ ଚିକିତ୍ସାପାଇଁ ହସପିଟାଲରେ ଭର୍ତ୍ତି କରିଛନ୍ତି । ମହିଳାଙ୍କ ବିରୋଧରେ ଯୁବକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.