Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ସ୍ୱାମୀକୁ ମାରି ପାଣିଟାଙ୍କି ଭିତରକୁ ଫୋପାଡ଼ି ଦେଲା ସ୍ତ୍ରୀ, ମୁଣ୍ଡ ଅଲଗା ଗଣ୍ଡି ଅଲଗା

8/06/2021 at 6:54 PM

ପୁଣେ, ୦୮/୦୬: ସୋମବାର ଅର୍ଥାତ ଗତକାଲି ଜଣେ ମହିଳାଙ୍କୁ ପୁଣେ ପୋଲିସ୍‌ ଗିରଫ କରିବା ସହିତ ରିମାଣ୍ଡ୍‌ରେ ନେଇଛି । ଏହି ମହିଳା ଜଣଙ୍କୁ କାହିଁକି ଗିରଫ କରାଯାଇଛି, ତାହା ଆପଣ ସମ୍ପୂର୍ଣ୍ଣ ଖବରଟି ପଢ଼ିଲେ ଜାଣିପାରିବେ ।

ସୂଚନା ମୁତାବକ, ବିହାରର ଜ୍ଞାନୀଦେବୀ କ୍ରିଷ୍ଣାପ୍ରକାଶ(୩୨) ନାମକ ଜଣେ ମହିଳା ପ୍ରଥମ ସ୍ୱାମୀଙ୍କ ସହ ସେଠାରେ ରହୁଥିଲେ । ସେମାନଙ୍କର ୩ଟି ପିଲା ମଧ୍ୟ ହୋଇଥିଲା । କିନ୍ତୁ ସେ କୃଷ୍ଣକୁମାର ଗୁରୁଚରଣ ପ୍ରସାଦ (୨୮) ନାମକ ଜଣେ ଯୁବକକୁ ସେଠାରେ ଭଲପାଇ ବସିଲେ । ପରେ ଏହି କଥା ତା ପ୍ରଥମ ସ୍ୱାମୀ ଜାଣିପାରିବାରୁ ସେ ପିଲା ଏବଂ ସ୍ୱାମୀକୁ ଛାଡ଼ି ପ୍ରେମିକ ସହ ଘର ଛାଡ଼ିଦେଲେ । ଦୁହେଁ ଏକ ମନ୍ଦିରରେ ବିବାହ କରି ପୁଣେ ଚାଲିଆସିଲେ ଏବଂ ଏକ ନିର୍ମାଣଧିନ କୋଠାରେ ରିହିବାକୁ ଲାଗିଲେ ।

ଦ୍ୱିତୀୟ ସ୍ୱାମୀ ତାର ପାଣି ପାଇପ୍‌ କାମ ଏବଂ ସେଣ୍ଟରିଂ କାମ କରି ପୁଣେ ସହରରେ ଚଳୁଥିଲେ । ହେଲେ ଧିରେ ଧିରେ ତା ସ୍ୱାମୀ ଅନ୍ୟ ମହିଳାଙ୍କୁ ଘରକୁ ଆଣୁଥିଲା । ଯାହାକୁ ସେ ବିରୋଧ କରୁଥିଲେ ମଧ୍ୟ ଦ୍ୱିତୀୟ ସ୍ୱାମୀ ଶୁଣୁ ନଥିଲା । ବିହାରରେ ଥିବା ପିଲାଙ୍କ ସହ ଫୋନ୍‌ ଯୋଗେ ସେ କଥା ହେବାରୁ ତା ଫୋନ୍‌କୁ ମଧ୍ୟ ଭାଙ୍ଗି ଦେଇଥିଲା । ଏହାକୁ ନେଇ ସେ ପ୍ରତିଶୋଧ ପରାୟଣ ହୋଇ ଦ୍ୱିତୀୟ ସ୍ୱାମୀକୁ ହତ୍ୟା କରିଥିଲା ଏବଂ ମୁଣ୍ଡକୁ ଅଲଗା କରି ଅନ୍ୟତ୍ର ଫିଙ୍ଗି ଦେଇଥିବା ବେଳେ ଗଣ୍ଡିକୁ ପାଣିଟାଙ୍କି ଭିତରେ ଫିଙ୍ଗିଦେଇଥିଲା ।

ହତ୍ୟା କରିବା ପରେ ସେ ପଡ଼ୋଶୀଙ୍କୁ ରାତି ୩.୩୦ରେ କାନ୍ଦି ଜଣାଇଥିଲା ଯେ ତା ସ୍ୱାମୀ କୁଆଡ଼େ ଚାଲିଯାଇଛି । ପରେ ପୋଲିସ୍‌ରେ ଏନେଇ ଅଭିଯୋଗ ହୋଇଥିଲା । ପୋଲସ୍‌ ଶବ ଟାଙ୍କି ଭିତରୁ ଜବତ କରିବା ସହ ଖୋଳତାଡ଼ ଆରମ୍ଭ କରିଥିଲା । ସନ୍ଦେହ କରି ପୋଲିସ୍ ଜ୍ଞାନୀକୁ ପୁଛ୍‌ତାଛ୍‌ କରିଥିଲା । ପରେ ଏନେଇ ସେ ଦୋଷ ସ୍ୱୀକାର କରିଥିବା ସ୍ଥାନୀୟ ପୋଲିସ୍‌ ଅଧିକାରୀ କହିଛନ୍ତି ।

   Related Posts