Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

ସ୍ବାମୀଙ୍କୁ ହତ୍ୟା ପରେ ନିଖୋଜର ଡ୍ରାମା, ଶେଷରେ ଧରା ପଡ଼ିଗଲେ ସ୍ତ୍ରୀ: ଦୁଇଟି ପିଲାର ମାଆ ପର ପୁରୁଷ ପ୍ରେମରେ ହେଉଥିଲେ ଉବୁଟୁବୁ

3/01/2020 at 4:45 PM

ମୁନିଗୁଡ଼ା୩/୧: ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ।  ପରକୀୟା ପ୍ରୀତି ପାଇଁ ଷଡ଼ଯନ୍ତ୍ର କରି ସ୍ବାମୀଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି ସ୍ତ୍ରୀ। ତାଙ୍କ ସ୍ବାମୀ କିଛି ଦିନ ହେବ ନିଖୋଜ ଥିବା ନେଇ ମିଛରେ ଥାନାରେ ଅଭିଯୋଗ କରିଥିଲା ଅଭିଯୁକ୍ତ ସ୍ତ୍ରୀ। ହେଲେ ପୁଲିସର ଅନୁସନ୍ଧାନକାରୀ ଆଖିରୁ ବର୍ତ୍ତି ପାରି ନଥିଲେ ସ୍ତ୍ରୀ। ପଚରାଉଚରା ସମୟରେ ସବୁ କଥା ମାନି ଯାଇଥିଲା ସ୍ତ୍ରୀ। ରାୟଗଡ଼ା ଜିଲ୍ଲାର ମୁନିଗୁଡା ବ୍ଲକରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନାଯୋଗ୍ୟ ଯେ ଗୁପ୍ତା କଲୋନୀର ରହୁଥିବା ରାଜ୍‌ଚଣ୍ଡି (୩୦)ଙ୍କୁ ତାଙ୍କ ସ୍ତ୍ରୀ ନିବେଦିତା ନାୟକ ହତ୍ୟା କରିଛି। ଗତ ବୁଧବାର ଅପରାହ୍ନରେ ଗଜପତି ଜିଲ୍ଲାର ଅଡ଼ବା ଅଞ୍ଚଳରୁ ରାଜ୍‌ଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। କିଛି ବର୍ଷ ତଳେ ରାଜ ବୈଦିକ ରିତି-ନୀତିରେ ନିବେଦିତାଙ୍କୁ ବିବାହ କରିଥିଲେ। ନିବେଦିତା ସ୍ଥାନୀୟ ବ୍ଲକରେ କିରାଣୀ କାର୍ଯ୍ୟ ଆରମ୍ଭ କରି ବିଷମ କଟକ ତହସିଲକୁ ତାଙ୍କର ବଦଳି ହୋଇଥିଲା। ଉଭୟ ସ୍ବାମୀ ଓ ସ୍ତ୍ରୀ ଗୁପ୍ତା କଲୋନୀରେ ଘର ଭଡ଼ା ନେଇ ରହୁଥିଲେ।

ସ୍ଥାନୀୟ କଲୋନୀବାସୀ କହିବା  ଅନୁସାରେ ନିବେଦିତାଙ୍କର ଜଣେ ପ୍ରେମିକା ଥିଲେ। ଉକ୍ତ ଯୁବକଙ୍କୁ ସହ ନିବେଦିତା ଅବୈଧ ସଂପର୍କ ରଖୁଥିଲା। ଏ ନେଇ ଅଧିକାଂଶ ସମୟରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟ​‌ରେ ଝଗଡ଼ା ବି ହେଉଥିଲା। ଅଧିକାଂଶ ସମୟରେ ସ୍ବାମୀଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରେମିକ ଘରକୁ ଆସୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର ଦୁଇଟି ସନ୍ତାନର ମାଆ ହେଉଛନ୍ତି ହତ୍ୟାକାରୀ ସ୍ତ୍ରୀ।

ପୁଲିସର ସୂଚନା ମୁତାବକ ରାଜ ନିଖୋଜ ଥିବା ନେଇ ଥାନାରେ ସ୍ତ୍ରୀ ଅଭିଯୋଗ କରିଥିଲା। ପାଖ ପଡ଼ିଶାଙ୍କ ପାଖରୁ ହତ୍ୟାକାରୀ ସ୍ତ୍ରୀର ଚରିତ୍ର ସଂପର୍କରେ ଜାଣିବା ପରେ ପୋଲିସ ତାକୁ ଅଟକ ରଖି ପଚାରଉଚାର କରିଥିଲା। ଶେଷରେ ସେ ନିଜ ସ୍ବାମୀ ହତ୍ୟା କରିଥିବା କଥା ସ୍ବୀକାର କରିଥିଲା।  ଏ ନେଇ ଅଡ଼ବା ଥାନାରେ ଏକ ମାମଲା ରୁଜୁ ହୋଇଛି।

   Related Posts