ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ମହିଳା, ରାସ୍ତାରୁ ହଟାଇବାକୁ ପୂର୍ବରୁ ଥିଲା ଯୋଜନା

Published By : Prameya-News7 Bureau | January 28, 2019 IST

ରୋହତକ ୨୮/୧-ପୁଣି ଆଉ ଏକ ପରକୀୟା ପ୍ରେମର କରୁଣ ପରିଣତି । ପ୍ରେମର ମୋହର ଲଗାଇବାକୁ ସ୍ବାମୀଙ୍କୁ ହତ୍ୟାକଲେ ମହିଳା ।

ଏହିଭଳି ଅଭାବନୀୟ ଘଟଣା ଘଟିଛି ହରିୟାଣାର ରୋହତକରେ । ପୋଲିସ ମୃତ ଯୁବକର ମୋବାଇଲରୁ ଡ଼ାଏଲଡ଼ ନମ୍ବରରୁ ହତ୍ୟାକାଣ୍ଡର ସୁରାକ ପାଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ରାଜସ୍ଥାନର ଧୋଲପୁର ଅଂଚଳରେ ଜଣେ ଅପରିଚିତି ଯୁବକଙ୍କ ଶବ ପଡ଼ିଥିବା ଦେଖି ସ୍ଥାନୀୟଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଶବକୁ ଜବତ କରିଥିଲେ ମଧ୍ୟ କୌଣସି ପରିଚୟ ପାଇ ପାରି ନଥିଲା । ଯୁବକଙ୍କ ପାଖରୁ ଉଦ୍ଧାର କରାଯାଇଥିବା ମୋବାଇଲରୁ ଡ଼ାଏଲ ନମ୍ବରକୁ ଫୋନ କରିବା ପରେ ପ୍ରେମସିଂ ନାମକ ଜଣେ ଯୁବକଙ୍କ ସହ ଯୋଗାଯୋଗ ହୋଇପାରିଥିଲା । ସେହି ଯୁବକଙ୍କ ନମ୍ବରରେ ମୃତ ବ୍ୟକ୍ତିଙ୍କ ଫଟୋ ପୋଲିସ ପଠାଇଥିଲା । ଯୁବକ ଜଣକ ମୃତ ବ୍ୟକ୍ତିଙ୍କ ଫଟୋଦେଖି ନିଜ ସାନଭାଇ ବୋଲି ଚିହ୍ନଟ କରିଥିଲା ।

ପ୍ରେମ ସିଂ ଠାରୁ ଏହି ହତ୍ୟାକାଣ୍ଡର ସୁରାକ ମିଳି ପାରିଥିଲା । ସେ କହିଥିଲା ସପ୍ତାହ ତଳେ ମୃତକ ଓରଫ ତାଙ୍କ ସାନଭାଇ ଜଗନ ସିଂ କାମ କରିବାକୁ ତା ପାଖକୁ ଆସିବାକୁ ଫୋନ କରିଥିଲା । ପ୍ରେମସିଂ ଏକ ଘୋରେଇ କଂପାନୀରେ କାମ କରୁଥିଲା ।

କିନ୍ତୁ ସେ ଆସିବା କଥା କହି  ଆସି ନଥିଲା । ଜଗନ ସହ ତା ସ୍ତ୍ରୀ ଓ ଦୁଇଟି ପିଲା ବି ଆସିବାର ଥିଲା । କିନ୍ତୁ ତା ପରେ ଆଉ ଫୋନ ଲାଗି ନଥିଲା ।

ଏହି ହତ୍ୟାକାଣ୍ତ ପଛରେ ରାଧୁ ନାମକ ଜଣେ ଯୁବକଙ୍କ ହାତ ଥାଇପାରେ ବୋଲି ପ୍ରେମସିଂ ପୋଲିସକୁ କହିଥିଲା ।

ଏହି ଆଧାରରେ ରାଧୁକୁ ପୋଲିସ ଜାଲ ବିଛେଇ ଧରିବା ପରେ ଜଣାପଡ଼ିଥିଲା ପ୍ରକୃତ ହତ୍ୟାକାଣ୍ଡ ।

ରାଧୁ ସହ ଜଗନ ସ୍ତ୍ରୀର ପ୍ରେମ ସଂପର୍କ ତିନିବର୍ଷ ଧରି ଥିଲା । ହେଲେ ସେମାନେ ଲୁଚାଛପା ମିଶିବାକୁ ଆଉ ପସନ୍ଦ କରୁ ନଥିଲେ । ସେଥିପାଇଁ ସବୁଦିନ ଜଗନକୁ ରାସ୍ତାରୁ ହଟାଇବାକୁ ଯୋଜନା  କରିଥିଲେ । ସେମାନେ ଘଟଣାଦିନ ଗାଁରୁ ଆସିବା ରାସ୍ତାରେ ଜଗନକୁ ତା  ପ୍ରେମିକ ସହ ମିଶି ହତ୍ୟା କରିଥିବା କଥା ମହିଳା ସ୍ଵୀକାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.