Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

ସ୍ଵାମୀର ପରକୀୟା ପ୍ରୀତି ; ହତ୍ୟା କରିବାକୁ ସ୍ତ୍ରୀ ଦେଲା ସୁପାରୀ, ୧୬ ଲକ୍ଷଟଂକା ସୁପାରୀ ପାଇଁ ହୋଇଥିଲା ଡ଼ିଲ୍

22/01/2019 at 7:00 PM

ଗୁରୁଗ୍ରାମ ୨୨/୧- ସ୍ବାମୀକୁ ହତ୍ୟା କରିବାକୁ ସ୍ତ୍ରୀ ଦେଲା ସୁପାରୀ । ପରକୀୟା ପ୍ରୀତି ପାଇଁ ସ୍ବାମୀକୁ ହତ୍ୟା କରି କେନାଲରେ ଫିଙ୍ଗିଦେବା ଘଟଣାର ଫର୍ଦ୍ଦାଫାଶ କରିଛି ଗୁରୁଗ୍ରାମ ପୋଲିସ ।

ଘଟଣା ଘଟିଛି ଗୁରୁଗ୍ରାମର ଶୀତଳା କଲୋନିରେ । ଟ୍ୟାକ୍ସି ଚାଳକ ଯୋଗେନ୍ଦ୍ର ନିଖୋଜ ଥିବା ନେଇ ସ୍ତ୍ରୀ ସ୍ଵିଟି ଜାନୁଆରୀ ୧୯ ତାରିଖରେ ଥାନାରେ ଏତାଲା ଦେଇଥିଲେ । ସେକ୍ଟର-୫ ଥାନାରେ ଦେଇଥିବା ଏତାଲାରେ ସ୍ଵିଟି ଦର୍ଶାଇଥିଲେ, ତାଙ୍କ ସ୍ଵାମୀ ୫ଦିନ ହେଲା ନିଖୋଜ ଅଛନ୍ତି, ତାଙ୍କ ମୋବାଇଲ ମଧ୍ୟ  ସ୍ଵିଚ ଅଫ୍ ଅଛି । ସେ ଏହି ନିଖୋଜ ଘଟଣାର ପୋଲିସର ସହାୟତା ଚାହିଁଥିଲେ । କିନ୍ତୁ ଜାନୁଆରୀ ୨୦ ତାରିଖରେ ଏକ ପୋଲ ନିକଟରୁ ମିଳିଥିଲା ଯୋଗେନ୍ଦ୍ରର ଶବ । ଯୋଗେନ୍ଦ୍ରର ଶବକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ କରିବାକୁ ପଠାଇଦେଲାପରେ ଏହି ଘଟଣାର ଛାନଭିନ୍ ଆରମ୍ଭ କରିଥିଲା ।

ପୋଲିସର ସନ୍ଦେହ ପ୍ରଥମେ ଯୋଗେନ୍ଦ୍ରର ସ୍ତ୍ରୀ ସ୍ଵିଟି ଉପରକୁ ଆସିଥିଲା । ସ୍ଵିଟିକୁ ଥାନାକୁ ଡ଼ାକି ପଚରାଉଚରା କଲା ପରେ ଘଟଣାର ଫର୍ଦ୍ଦାଫାଶ କରିପାରିଥିଲା ପୋଲିସ ।

ଏହି ଘଟଣାରେ ନିଜେ ସ୍ଵିଟି ମୁଖ୍ୟ ଆସାମୀ ବୋଲି ପୋଲିସ ଆଗରେ ମାନିଥିଲା । ସେ ଏହି ହତ୍ୟାକାଣ୍ଡ ପାଇଁ ୧୬ ଲକ୍ଷ ସୁପାରୀଦେଇଥିବା କଥା କହିଛନ୍ତି । ସେ କହିଛନ୍ତି ତାଙ୍କ ସ୍ଵାମୀ ଅନ୍ୟ ଜଣେ ମହିଳା ସହ ଅବୈଧ ସଂପର୍କ ରଖିଥିଲେ । ବାରମ୍ବାର କହିବା ପରେ ସେହି ମହିଳାଙ୍କୁ ଛାଡ଼ୁ ନ ଥିଲେ । ସେ ଏହି ଅବୈଧ ସଂପର୍କକୁ ଆଦୌ ପସନ୍ଦ କରୁ ନ ଥିଲେ ବୋଲି ହତ୍ୟା କରିଥିବା କଥା ସ୍ଵୀକାର କରିଛନ୍ତି ।

ଯୋଗେନ୍ଦ୍ର ଟ୍ୟାକ୍ସି ଚାଳକ ଥିବାରୁ ଘର ଠାରୁ ଦୂରରେ ରହୁଥିଲେ । ସେ ଏହି ମୌକାରେ ଅନ୍ୟଜଣେ ମହିଳାଙ୍କ ସହ ଅବୈଧ ସଂପର୍କ ଅନେକ ଦିନ ଧରି ଥିଲା । ସେ ଅନ୍ୟ ମହିଳାଙ୍କ ସହ ସଂପର୍କ ରଖିବାପରେ ଘରପରିବାରକୁ ଅବହେଳା କରୁଥିଲେ । ସେହି କାରଣରୁ ଏହି ହତ୍ୟା କରିଥିବା କଥା କହିଛନ୍ତି ।

ସେ ଏହି ହତ୍ୟାକାଣ୍ଡ ପାଇଁ ତାଙ୍କର ଜଣେ ବାନ୍ଧବୀର ସ୍ଵାମୀ କହ୍ନେଇକୁ ସୁପାରୀ ଦେଇଥିବା କଥା କହିଛନ୍ତି । ସେ ତାଙ୍କ ସ୍ଵାମୀକୁ ହତ୍ୟା କରିବାକୁ ୧୬ଲକ୍ଷ ଟଂକା ଡ଼ିଲ୍ ହୋଇଥିଲା । କହ୍ନେଇ  ଓ ତାଙ୍କର ୪ଜଣ ସହଯୋଗୀ ଏହି ହତ୍ୟାକାଣ୍ଡ ସହ ଜଡ଼ିତ ଥିବା କଥା ମଧ୍ୟ ପୋଲିସ ଆଗରେ ସ୍ଵୀକାର କରିଛନ୍ତି ।

ଜାନୁଆରୀ ୧୫ ତାରିଖ ରାତିରେ ସେମାନେ ସଂଘବଦ୍ଧଭାବେ ହତ୍ୟା କରିଥିବା କଥା କହିଛନ୍ତି । ଯୋଗେନ୍ଦ୍ର ଘରକୁ ଫେରିବାପରେ ସେମାନେ ତାକୁ ବାଡ଼େଇବା ସହ ମୁହଁରେ ତକିଆ ଚାପି ହତ୍ୟା କରିଥିଲେ । ତା ପରେ ସେମାନେ ରେଜେଇରେ ଘୋଡ଼େଇ ତାଙ୍କ ଘରଠାରୁ କିଛି ଦୂରରେ ଥିବା କେନାଲରେ ଫୋଫାଡ଼ିଦେଇଥିଲେ ।

ସ୍ଵିଟି ଥାନାରେ ଜାନୁଆରୀ ୧୯ ତାରିଖରେ ତାଙ୍କ ସ୍ଵାମୀ ନିଖୋଜଥିବା କଥା ଥାନାରେ ଏତାଲା ଦେଇଥିଲେ । କିନ୍ତି ଜାନୁଆରୀ ୨୦ ତାରିଖରେ ସ୍ଥାନୀୟ ଲୋକ ଜଣେ ଅଜଣା ଲୋକର ଶବ ଭାସୁଥିବା କଥା କହିବା ପରେ ଯୋଗେନ୍ଦ୍ରର ଶବକୁ ଉଦ୍ଧାର କରିଥିଲା ପୋଲିସ ।

ଏହି ହତ୍ୟା ଘଟଣାରେ ସ୍ତ୍ରୀ ସ୍ଵିଟି ସମେତ କହ୍ନେଇୟା ଓ ତାର ସହଯୋଗୀ ୪ ଜଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

   Related Posts